ବନ୍ଦ ଘରୁ ୬ଜଣଙ୍କ ମୃତଦେହ ଉଦ୍ଧାର ଘଟଣା: ପୂର୍ବ ଶତ୍ରୁତାକୁ ନେଇ ହୋଇଛି ହତ୍ୟାକାଣ୍ଡ! ଫେରାର ଦୁୁଇ ପଡୋଶୀଙ୍କୁ ମଣ୍ଡଳ ଜଙ୍ଗଲରୁ ଧରି ଅଟକ ରଖିଛି ପୋଲିସ୍

ବଲାଙ୍ଗିର: ପାଟଣାଗଡ଼ରେ ବନ୍ଦ ଘରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତଦେହ ଉଦ୍ଧାର ଘଟଣାରେ ୨ ଅଟକ । ଥାନାରେ ଦୁୁଇ ଜଣ ପଡୋଶୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପାଟଣାଗଡ଼ ପୋଲିସ । ପୁଅ ସରୋଜଙ୍କ ଅଭିଯୋଗ ଆଧାରାରେ ୨ ଜଣଙ୍କୁ ପୋଲିସ ଅଟକ ରଖିଛି । ହତ୍ୟାକାଣ୍ଡ ପରେ ୨ ଜଣ ଫେରାର ହୋଇଯାଇଥିଲେ । ନିକଟସ୍ଥ ମଣ୍ଡଳ ଜଙ୍ଗଲରୁ ଦୁଇ ଜଣଙ୍କୁ ଧରି ଆଣିଛି ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି ।

ଗତକାଲି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କୁସୁମପଡ଼ାରେ ବନ୍ଦ ଘରୁ ବାପା, ମାଆ ଓ ଚାରି ପିଲାଙ୍କର ମର ଶରୀର ଉଦ୍ଧାର ହୋଇଥିଲା । କମ୍ବଳ ଘୋଡ଼ା ଯାଇଥିବା ଅବସ୍ଥାରେ ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ପୋଲିସ, ସାଇଣ୍ଟିଫିକ ଟିମ୍‌ ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍‌ ଗଠନ କରିଛି ବଲାଙ୍ଗିର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.