Below header

ବିଜେପିରେ ବିଦ୍ରୋହର ପଦଧ୍ବନି : ୨୦୧୯ରେ ମୋଦିଙ୍କ ଖେଳ ବିଗାଡିପାରନ୍ତି ଏହି ୫ ବଡ଼ ବଡ଼ ନେତା

କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କୁ ୪ ବର୍ଷ ପୁରା ହୋଇସାରିଲାଣି । ଏହା ଭିତରେ କେବେ ମୋଦିଙ୍କ କାମକୁ ପ୍ରଶଂସା ମିଳିଛି ତ ଅନେକ ନିଷ୍ପତ୍ତି ଉପରେ ପ୍ରଶ୍ନ ମଧ୍ୟ ଉଠିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ବିରୋଧୀ ଦଳ ସାଥେ ସାଥେ ବିଜେପିରେ ମଧ୍ୟ ମୋଦିଙ୍କ ବିରୋଧରେ ସ୍ବର ଶୁଣିବାକୁ ମିଳୁଛି । ଆସନ୍ତୁ ଜାଣିବା ଏମିତି ୫ ନେତାଙ୍କ ବିଷୟରେ ଯେଉଁମାନେ ଲଗାତାର ମୋଦି ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲୁଛନ୍ତି ।

ଶତ୍ରୁଘ୍ନ ସିହ୍ନା :

shatrughan sinha୨୦୧୪ରେ ସତ୍ତାକୁ ଆସିବା ପରେ ମୋଦିଙ୍କ ଟିମରେ ସ୍ଥାନ ନମିଳିବାରୁ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ମୋଦିଙ୍କର ସବୁଠାରୁ ବଡ଼ ଆଲୋଚକ ହୋଇଯାଇଛନ୍ତି । ମୋଦିଙ୍କ ସମସ୍ତ ନିଷ୍ପତ୍ତି ଏବଂ ପଦକ୍ଷେପକୁ ସୋସିଆଲ୍ ମିଡିଆରେ ଖୋଲିକି ବିରୋଧ କରୁଛନ୍ତି । ଶୁଣିବାକୁ ମିଳୁଛି ୨୦୧୯ରେ ଦଳ ପରିବର୍ତ୍ତନ କରିପାରନ୍ତି ଶତ୍ରୁଘ୍ନ ସିହ୍ନା ।

କୀର୍ତ୍ତି ଆଜାଦ୍ :

KirtiAzadବିଜେପି ସାଂସଦ କୀର୍ତ୍ତି ଆଜାଦ୍ ୨୦୧୫ରେ ଦୁର୍ନୀତି ଅଭିଯୋଗ ଆଣି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ଯାହା ଫଳରେ ତାଙ୍କୁ ବିଜେପିରୁ ନିଲମ୍ବିତ କରିଦିଆଗଲା । ଏହାପରେ ବିଜେପିକୁ ଲଗାତାର ଟାର୍ଗେଟ୍ କରୁଛନ୍ତି କୀର୍ତ୍ତି । ବିମୁଦ୍ରାକରଣ ସମୟରେ ସରକାରଙ୍କୁ କଡା ସମାଲୋଚନା କରିଥିଲେ ସେ । ନିକଟରେ ସେ ନା କେବଳ ରାହୁଲ୍ ଗାନ୍ଧିଙ୍କୁ ପ୍ରଶଂସା କରିଥିଲେ ବରଂ ଆରେଜେଡି ନେତା ତେଜୱୀ ଯାଦବଙ୍କୁ ବିହାର ରାଜନୀତିର ବର୍ଡର ବୟ ମଧ୍ୟ କହିଥିଲେ ।

ଶାନ୍ତା କୁମାର :

shantakumarବିଜେପିର ବରିଷ୍ଠ ନେତା ଶାନ୍ତା କୁମାର ମଧ୍ୟ ମୋଦି ସରକାରଙ୍କ ଉପରେ କ୍ଷୁବ୍ଧ ଅଛନ୍ତି । ଏପରିକି ନିକଟରେ କହିଥିଲେ ମହମ୍ମଦ ଘୋରୀ ଏବଂ ଇଂରେଜ୍ ଭାରତକୁ ଲୁଟିଥିଲେ , କିନ୍ତୁ ଏବେ ଲୁଟୁଥିବା ଲୋକ ହିଁ ନିଜର ଆଉ ଲୁଟିବାକୁ ଦେଉଥିବା ସରକାର ମଧ୍ୟ ନିଜର ।

ସାବିତ୍ରୀବାଇ ଫୁଲେ :

bai fulleନିଜ ପାର୍ଟି ପାଇଁ ଚ୍ୟାଲେଞ୍ଜ ହୋଇଯାଇଛନ୍ତି ଉତ୍ତରପ୍ରଦେଶର ବହରାଇଚର ସାଂସଦ ସାବିତ୍ରୀବାଇ ଫୁଲେ । ଗତ ମାସରେ ନିଜ ସରକାର ବିରୋଧରେ ହିଁ ଆନ୍ଦୋଳନ କରିଥିଲେ ଫୁଲେ । ଲକ୍ଷ୍ନୌରେ ସମ୍ବିଧାନ ଏବଂ ଆରକ୍ଷଣ ବଂଚାଅ ମହାରାଲିର ଆୟୋଜନ କରିଥିଲେ ।

ଯଶବନ୍ତ ସିହ୍ନା :

yashwant-sinhaଯଦିଓ ଯଶବନ୍ତ ସିହ୍ନା ପାର୍ଟିକୁ ଅଲବିଦା କହିସାରିଛନ୍ତି, କିନ୍ତୁ ପାର୍ଟିରେ ଥିବା ସମୟରେ ମୋଦିଙ୍କୁ କଡା ସମାଲୋଚନା କରିଥିଲେ । ସରକାରଙ୍କ ବିଦେଶ ନୀତି ଏବଂ ଆର୍ଥିକ ଫଇସଲା ଉପରେ ଖୋଲାଖୋଲି ଭାବରେ ପ୍ରଶ୍ନ ଉଠାଇଥିଲେ । ବିପକ୍ଷ ଦଳର ନେତାଙ୍କ ସହ ତାଙ୍କୁ ଅନେକ ସମୟରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ମୋଦି ସରକାରଙ୍କ ଉପରେ ଆର୍ଥିକ ବ୍ୟବସ୍ଥାକୁ ଚମ୍ପଟ କରିବାର ଆରୋପ ମଧ୍ୟ ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.