Below header

ଚକ୍ଷୁହୀନ ଗ୍ରାମ : ପଶୁ ପକ୍ଷୀଙ୍କଠୁ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ, ଜାଣନ୍ତୁ କଣ ରହିଛି କାରଣ

ଦୁନିଆରେ ବିଭିନ୍ନ ପ୍ରକାରର ଗ୍ରାମ ଅଛି ଏବଂ ଏଥିରେ ବିଭିନ୍ନ ପ୍ରକାରର ଲୋକ ମଧ୍ୟ ରହିଥାନ୍ତି । ତେବେ ଆପଣ କେବେ ଶୁଣିଛନ୍ତି ଏପରି ଏକ ଗ୍ରାମ ବିଷୟରେ ଯେଉଁଠାରେ ମନୁଷ୍ୟରୁ ଆରମ୍ଭ କରି ପଶୁ ପକ୍ଷୀଙ୍କର କାହାର ଦୃଷ୍ଟି ଶକ୍ତି ନଥାଏ। ଏହି ଗ୍ରାମରେ ଥିବା ଚଢ଼େଇ କେବଳ ଗଛରେ ହିଁ ବସିଥାନ୍ତି ସେମାନେ ଠିକ ଭାବେ ଉଡ଼ିପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ ।

blind villege

‘ତିଲ୍ଟତେକ’ ନାମକ ଏକ ଗ୍ରାମରେ ଜୋପଟେକ ନାମକ ଜନଜାତିର ପ୍ରାୟ ୩୦୦ ରେଡ଼ ଇଣ୍ଡିଆନ ନିବାସ କରିଥାନ୍ତି ।ଏହି ଗ୍ରାମରେ ପଶୁ ପକ୍ଷୀଙ୍କ ଠାରୁ ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ । ପ୍ରକୃତରେ ସେମାନେ ଜନ୍ମରୁ ଅନ୍ଧ ନଥାନ୍ତି ବରଂ ଜନ୍ମର କିଛି ସମୟ ପରେ ସେମାନଙ୍କୁ ଧିରେ ଧିରେ ଦେଖାଦେବା ବନ୍ଧ ହୋଇଯାଇଥାଏ। ଏହି ଗ୍ରାମର ଲୋକ ପଥରେ ଶୋଇବା ସହ ମକ୍କା , ଲଙ୍କା ଆଦି ଖାଇଥାନ୍ତି । ଆଜି ମଧ୍ୟ ଏହି ଲୋକଙ୍କ ପାଖରେ କାଠର ତିଆରି ଅସ୍ତ୍ର ଦେଖିବାକୁ ମିଳିଥାଏ।

blind 3

ତିଲ୍ଟଲେକର ଏକ ସଡ଼କ ପାଖରେ ପ୍ରାୟ ୭୦ଟି କୁଡ଼ିଆ ରହିଛି ଯେଉଁଥାରେ ଏହି ଲୋକ ମାନେ ରହିଥାନ୍ତି । ଏହି କୁଡ଼ିଆ ଗୁଡ଼ିକର କବଟ ଏବଂ ଝରକା ରହିନଥାଏ । ତେବେ ଏହି ଗ୍ରାମବାସୀ ମାନଙ୍କର ଦୃଷ୍ଟି ଶକ୍ତି କମ ରହିଥିବାରୁ ତାଙ୍କୁ ଆଲୋକର ଆବଶ୍ୟକତା ହୋଇ ନଥାଏ। ଏମାନଙ୍କର ଦିନର ଆରମ୍ଭ ପଶୁପକ୍ଷୀଙ୍କ ସ୍ୱରରୁ ଅରମ୍ଭ ହୋଇଥିଏ । ସନ୍ଧ୍ୟାରେ ସମସ୍ତ ଗ୍ରାମବାସୀ ଏକାଠୀ ହୋଇ ଭୋଜନ କରିଥାନ୍ତି ଏବଂ ରାତିରେ ମଦ୍ୟପାନ କରି ନାଚଗୀତ କରିଥାନ୍ତି ।

blind 1

ଗ୍ରାମବାସୀଙ୍କ ଅନୁଯାୟୀ ଦୃଷ୍ଟି ଶକ୍ତି କମ ପରମ୍ପରୀକ ଭାବେ ହୋଇଥାଏ। ସେହି ସ୍ଥାନରେ ଥିବା ଏକ ବୃକ୍ଷକୁ ଦେଖିବା ମାତ୍ରେ ସେମାନଙ୍କର ଦୃଷ୍ଟି ଶକ୍ତି କମ ହୋଇଯାଇଥାଏ । କିନ୍ତୁ ସେଠାକୁ ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକଙ୍କ କ୍ଷେତ୍ରରେ ଏହା ହୋଇନଥାଏ। କିଛି ସମୟ ପୂର୍ବରୁ ବୈଜ୍ଞାନିକମାନେ ଏହାର କାରଣ ଖୋଜିବାକୁ ଚେଷ୍ଟା କରାଯାଇଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ରୋଗ ଏକ କଳା ମାଛି କାମୁଡ଼ିବା ଦ୍ୱାରା ହୋଇଥାଏ । ଏହି ମାଛି କାମୁଡ଼ିବା ଦ୍ୱାରା ଆଖିର ସ୍ନାୟୁ କାମ କରିବା ବନ୍ଦ ହୋଇଥାଏ , ଯାହା ଫଳରେ ବ୍ୟକ୍ତି ଅନ୍ଧ ହୋଇଯାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.