ବିଶ୍ବାସରେ ଦେଲେ ବିଷ, ବନ୍ଧୁ ସାଜି ଅପହରଣ କରିନେଲେ ୨ ବର୍ଷର ଶିଶୁ

ବାରିପଦା (କେନ୍ଯୁଜ୍) : ବାରିପଦା ସହରରେ ଘଟିଛି ଏହି ଘଟଣା। ପେରେଡ ପଡିଆ ଅ଼ଞ୍ଚଳର ସେକ ରାହଜନଙ୍କ ୨ ବର୍ଷର ପୁଅକୁ ଅଞ୍ଜନା ମହନ୍ତ ନାମକ ଜଣେ ମହିଳା ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗତ ଶନିବାର ସେକ୍‌ ରାଜନଙ୍କ ପୁଅର ଦେହ ଖରାପ ହେବାରୁ ତାକୁ ବାରିପଦା ମେଡିକାଲ ନିଆଯାଇଥିଲା। ସେଠାରେ ଅଞ୍ଜନା ନାମକ ଜଣେ ମହିଳା ନିଜକୁ ନର୍ସର ପରିଚୟ ଦେଇ ରହନଜନଙ୍କ ସ୍ତ୍ରୀ ସହ ବନ୍ଧୁତା ଜମାଇଥିଲେ। ଏପରିକି ତାଙ୍କ ଘରକୁ ମଧ୍ୟ ଯାଇଥିଲେ।

kidnap 2

ଗତକାଲି ସଂନ୍ଧ୍ୟାରେ ଅଞ୍ଜନା ଘରକୁ ଯାଇ ପୁଅକୁ ନେଇ ପାଳାଇଥିଲେ। ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଚିକିତ୍ସାଳୟରେ ଲାଗିଥିବା ସିସିଟିଭିରୁ ମହିଳାଙ୍କ ଫଟୋ ନେଇ ତଦନ୍ତ କରୁଛି। ଟାଉନ ପୋଲିସର ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.