Below header

ବ୍ରିଟିଶ ନୌକା ଉପରକୁ ହଠାତ୍‌ ଏକ ସାଥୀରେ ୩୦ ହେ୍ଵଲ୍ସ କଲେ ଆକ୍ରମଣ, ଏମିତି ଜୀବନ ବଞ୍ଚାଇଲେ ୩ କ୍ରୁ ମେମ୍ବର

ଆଡ୍‌ଭେଞ୍ଚର ପ୍ରତି ସଉକ ରଖୁଥିବା ଲୋକଙ୍କର ହେ୍ଵଲକୁ ଅତି ନିକଟରୁ ଦେଖିବାର ସ୍ୱପ୍ନ ରହିଥାଏ। କିନ୍ତୁ ଯଦି ଏକ ସାଥୀରେ ଅନେକଗୁଡ଼ିଏ ହେ୍ଵଲ ଆସି ଆପଣଙ୍କୁ ଘେରି ଯିବେ, ତ ଆପଣ କ’ଣ କରିବେ। ଏମିତି ହିଁ ଜିବ୍ରାଲ୍ଟର ନିକଟ ବିଳାସପୂର୍ଣ୍ଣ ନୌକାରେ ଥିବା ବ୍ରିଟିଶ କ୍ରୁଙ୍କ ସହିତ ଘଟିଛି। ରିପୋର୍ଟ ମୁତାବକ, ଏହି ନୌକାରେ ୩ଜଣ କ୍ରୁ ମେମ୍ବର ଉପସ୍ଥିତ ଥିଲେ। ହଠାତ୍‌ ଜିବ୍ରାଲ୍ଟର ନିକଟରେ ୩୦ କିଲର ହେ୍ଵଲ୍ସ ଆସି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ।

ନୌକାରେ ଥିବା ଗ୍ରୀସ୍‌ର ୪୫ ବର୍ଷୀୟ ବ୍ରିଟ ମାର୍ଟିନ ଇର୍ବାସ୍‌ କହିଛନ୍ତି, ‘ଏହା ଏକ ଆକ୍ରମଣ ଥିଲା’। ନ୍ୟୁ ମିଲଟନରେ ରହୁଥିବା ୨୭ ବର୍ଷୀୟ ନାଥନ ଜୋନ୍ସ କହିଛନ୍ତି, ‘ମୁଁ ଭାବିବା ଆରମ୍ଭ କରି ଦେଇଥିଲି କି, ଏବେ ସବୁ ସରିଗଲା। ଯଦି ନୌକା ବୁଡ଼ି ଯାଇଥାଆନ୍ତା, ତ ଆମେ ହେ୍ଵଲ୍ସ ଦଳରେ ଥାଆନ୍ତୁ ଏବଂ ଆମର ବଞ୍ଚିବା ମୁସ୍କିଲ ହୋଇ ଯାଇଥାଆନ୍ତା’।

ବ୍ରିଟ ମାର୍ଟିନ ଇର୍ବାସ୍‌ କହିଛନ୍ତି, ‘ଆମେ ସ୍ପେନ ତଟରୁ ପାଖାପାଖି ୨୫ ମାଇଲ ଦୂରରେ ଥିଲୁ, ସେହି ସମୟରେ ହେ୍ଵଲ୍ସ ନୌକା ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଏହି କାରଣରୁ ନୌକାର କେତେକ ଜାଗାରେ କ୍ଷତି ହୋଇଯାଇଛି’। ସେ କହିଥିଲେ କି, ଆକ୍ରମଣ ପରେ ଚାଳକ ଜଲଦି ହିଁ ଇଞ୍ଜିନ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରିକ୍‌ ଉପକରଣଗୁଡ଼ିକୁ ବନ୍ଦ କରି ଦେଇଥିଲେ, ଯେମିତି ହେ୍ଵଲମାନଙ୍କର ଧ୍ୟାନ କମ୍‌ ରହିବ। କିନ୍ତୁ ଏହାସତ୍ତ୍ୱେ ସେମାନଙ୍କ ଆକ୍ରମଣ ଜାରି ରହିଥିଲା।

ସେପଟେ ଏ ପର୍ଯ୍ୟନ୍ତ ଏହା ଜଣାପଡ଼ିନାହିଁ କି, ବ୍ରିଟିଶ ନୌକା ଉପରକୁ ୩୦ ହେ୍ଵଲ୍‌ କାହିଁକି ଆକ୍ରମଣ କରିଥିଲେ। କିନ୍ତୁ ଜଣେ ବିଶେଷଜ୍ଞଙ୍କ କହିବା ହେଲା, ହୋଇପାରେ ପୂର୍ବରୁ କୌଣସି ଏକ ହେ୍ଵଲକୁ ନୌକାରୁ ଆଘାତ ଲାଗି ଥାଇପାରେ ଏବଂ ସାଥୀ ହେଲ୍ସ ରାଗରେ ରହି ଥାଇପାରନ୍ତି। ବ୍ରିଟ ମାର୍ଟିନ କହିଥିଲେ କି, ପାଖାପାଖି ୨ ଘଣ୍ଟାର ଆକ୍ରମଣ ପରେ ଆମେ କୂଳରେ ପହଞ୍ଚିବାରେ ସଫଳ ହୋଇଥିଲୁ। ଏହାପରେ ହେ୍ଵଲମାନେ ଚାଲି ଯାଇଥିଲେ। ନୌକାକୁ ଏବେ ଜିବ୍ରାଲ୍ଟରରେ ମରାମତି କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.