ସୁନ୍ଦରୀ ସାଇବର ଠକ, ୩୭ ଲକ୍ଷ ଟଙ୍କାର ଗିଫ୍‌ଟ ଦେବେ କହି ଠକି ନେଲେ ପାଖାପାଖି ୪ ଲକ୍ଷ ଟଙ୍କା

ସାଲେପୁର(କେ ନ୍ୟୁଜ): ମାଟ୍ରିମୋନି ସାଇଟରେ ସାଇବର ଠକେଇ। ଜଣେ ଯୁବକ ବିବାହ ପାଇଁ ପ୍ରୋଫାଇଲ ପୋଷ୍ଟ କରି ସାଇବର ଠକେଇର ଶିକାର ହୋଇଛନ୍ତି। ସୁନ୍ଦରୀ ଫଟୋ ଦେଖି ହରାଇଛନ୍ତି ୩ଲକ୍ଷ ୯୫ହଜାର ଟଙ୍କା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ଗୋପୀନାଥପୁର ଗାଁର ଜଣେ ଯୁବକ ଟଙ୍କା ହରାଇବା ପରେ ନେମାଳ ଥାନା ଓ ସାଇବର ସେଲ୍‌ରେ ଅଭିଯୋଗ ଦାୟର କରିଛନ୍ତି। ସର୍ବପ୍ରସନ୍ନ ପଣ୍ଡା ନାମକ ଯୁବକ ନିଜ ବିବାହ ପାଇଁ ମାଟ୍ରିମୋନିରେ ପ୍ରୋଫାଇଲ ଲୋଡ଼ କରିଥିଲେ। ଏହାକୁ ଦେଖି ଜଣେ ଯୁବତୀ ତାଙ୍କ ସହ ଯୋଗାଯୋଗ କରିଥିଲେ। ନିଜକୁ ଇଂଲଣ୍ଡରେ ଡାକ୍ତର ଭାବେ ଚାକିରି କରିଥିବା ଦର୍ଶାଇ ବିବାହ ପାଇଁ ଯୁବତୀ ଜଣଙ୍କ ସର୍ବପ୍ରସନଙ୍କ ସହ ଚାଟିଂ କରିଥିଲେ।

ସର୍ବପ୍ରସନ୍ନଙ୍କ ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୩୭ଲକ୍ଷ ଟଙ୍କାର ଗିଫ୍‌ଟ ପଠାଇଥିବା ଜଣାଇଥିଲେ। ଆଉ ଏଥିପାଇଁ ଟାକ୍ସ ପାଇଁ ୩ଲକ୍ଷ ୯୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ । ସେ ଦେଇଥିବା ଆକାଉଣ୍ଟ ନମ୍ବରରେ ଟଙ୍କା ଡିପୋଜିଟ କରିବା ପରେ ଯୁବତୀ ଜଣକ ଆଉ ଫୋନ ଉଠାଇନଥିଲେ। ଶେଷରେ ସାଇବର ଠକେଇର ଶିକାର ହେବା ଜାଣିବା ପରେ ନେମାଳ ଥାନା ଓ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାକୁ ତଦନ୍ତ ଚାଲିଥିବା କହିଛନ୍ତି ସାଲେପୁର ଏସଡିପିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.