ଆନନ୍ଦପୁର : ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣେ ମୃତ , ୩ ଗୁରୁତର

ଆନନ୍ଦପୁର(କେ ନ୍ୟୁଜ):  ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନ ରାଇପୁର ଗାଁ ରେ ଆଜି ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାଇପୁର ଗ୍ରାମରେ ।

ନାରଙ୍ଗପୁର ଗ୍ରାମର କିଛି ଲୋକେ ରାଇପୁର ଠାରେ ନିଜ ଧାନ ବିଲରେ ତଳା ପକେଇବାକୁ ଯଇଥିଲେ । ବର୍ଷା ହେବାରୁ ୪ଜଣ ଚାଷୀ ଏକା ସାଙ୍ଗରେ ସେଠାରେ ଥିବା ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ଘଟିବାରୁ କାହ୍ନୁ ଚରଣ ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.