ଧନୁ ରାଶିରେ ପ୍ରବେଶ କରୁଛନ୍ତି ବୁଧ ଗ୍ରହ, ଏହି ୫ଟି ରାଶିର ଲୋକଙ୍କୁ ମିଳିବ ଚାକିରିରେ ଉନ୍ନତି

ଧନୁ ରାଶିରେ ପ୍ରବେଶ କରୁଛନ୍ତି ବୁଧ ଗ୍ରହ। ଡିସେମ୍ବର ୩ ତାରିଖ ଶନିବାର ସକାଳ ୬.୩୪ ମିନିଟରୁ ୨୮ ଡିସେମ୍ବର ସକାଳ ୪.୦୫ ପର୍ଯ୍ୟନ୍ତ ଧନୁ ରାଶିରେ ରହିବେ ବୁଧ ଗ୍ରହ । ଏହା ପରେ ମକର ରାଶିରେ ପ୍ରବେଶ କରିବେ। ତା’ ପରେ ପୁଣିଥରେ ୩୧ ଡିସେମ୍ବର ରାତି ୧୨.୫୮ରୁ ଧନୁରେ ପ୍ରବେଶରେ କରିବେ ବୁଧ ଗ୍ରହ। ବୁଧ ଗୋଚର ହେବା ଦ୍ୱାରା ୫ଟି ରାଶିର ବ୍ୟକ୍ତିଙ୍କୁ ଚାକିରିରେ ଉନ୍ନତି ହେବ। ଏହି ସମୟରେ ସକାରାତ୍ମକ ରହିବ। ସମସ୍ତେ ଆପଣଙ୍କର ପ୍ରଶଂସା କରିବେ।
ବୁଧ ଗ୍ରହକୁ ରାଜକୁମାର ଗ୍ରହ ବୋଲି କୁହାଯାଏ। ଅନ୍ୟ ସବୁ ଗ୍ରହ ତୁଳନାରେ ବୁଧ ଗ୍ରହ ସୂର୍ଯ୍ୟଙ୍କର ଅତି ନିକଟତର ଥାନ୍ତି। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ଲାଭ ଆସନ୍ତୁ ଜାଣିବା…
ମେଷ ରାଶି : ଆପଣଙ୍କ ରାଶିରେ ବୁଧ ଗୋଚର ଶୁଭ ହେବ। ଫଳରେ କ୍ୟାରିଅର, ଶିକ୍ଷା, ଚାକିରିରେ ଲାଭ ମିଳିବ। ଏହି ସମୟରେ ଭାଗ୍ୟ ଆପଣଙ୍କ ସାଥ ହେବ। ଦୂର ଯାତ୍ରା ଯୋଗ ହେବ। ଆପଣ କରିଥିବା ଯୋଜନାରେ ସଫଳତା ମିଳିବ। ସ୍ୱାସ୍ଥ୍ୟପ୍ରତି ସାବଧାନ ରହିବାକୁ ପଡିବ। ଆପଣଙ୍କ ଶତ୍ରୁ ପରାସ୍ତ ହେବେ। ଆପଣଙ୍କୁ ପ୍ରତି କାମରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ।
ସିଂହ ରାଶି : ଆପଣଙ୍କ ରାଶିରେ ୫ମ ସ୍ଥାନରେ ବୁଧ ଗୋଚର ସନ୍ତାନ ସୁଖ ଦେବ। ମାର୍କେଟ ସହିତ ଜଡିତ କାର୍ଯ୍ୟରେ ଲାଭ ମିଳିବ। କ୍ୟାରିଅର ଏବଂ ଚାକିରିରେ ଶୁଭ ଫଳ ମିଳିବ। ଚାକିରିରେ ପଦୋନ୍ନତି ଯୋଗ ରହିବ। ଭଲ ଚାକିରି ପ୍ରସ୍ତାବ ମିଳିବ।
ତୁଳା ରାଶି : ଆପଣଙ୍କ ରାଶିର ୩ୟ ଭାଗରେ ବୁଧ ଗୋଚର ଚାକିରିରେ ଉପୁଜୁଥିବା ପରିସ୍ଥିତିକୁ ଠିକ୍ କରିବ। ଭାଇ ଭଉଣୀଙ୍କ ସହଯୋଗ ମିଳିବ। ଯଦି ଆପଣ ମିଡିଆ, ପବ୍ଲିକେସନ, ଲେଖକ, ଡକ୍ୟୁମେଣ୍ଟେସନ, ମାର୍କେଟିଂ ସହିତ ଜଡିତ ତେବେ ଲାଭ ମିଳିବ। ଅନ୍ୟ କୌଣସି କ୍ଷେତ୍ରରେ ଚାକିରି କରୁଥିଲେ ସକାରାତ୍ମକ ପରିଣାମ ମିଳିବ।
ଧନୁ ରାଶି :ଆପଣଙ୍କ ରାଶିରେ ଲଗ୍ନ ଭାଗରେ ବୁଧ ଗୋଚର ହେଲେ ବେପାରରେ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ସୁଧାର ଆସିବ। ଚାକିରିରେ ପଦୋନ୍ନତି ମିଳିବ। ମେଡିକାଲ, ବ୍ୟାଙ୍କିଂ, ନୋଶିଏଟର କିମ୍ବା ବିଜ୍ଞାନ ସହିତ ଜଡିତ କ୍ଷେତ୍ରରେ ଉନ୍ନତି କରିବେ।
କୁମ୍ଭ ରାଶି : ବୁଧ ଗୋଚର ଆପଣଙ୍କ ରାଶିରେ ଲାଭ ଦେବ। ଆମଦାନୀ ବଢିବ। ଭାଇ ଭଉଣୀ ଏବଂ ଦାଦାଙ୍କ ସହଯୋଗ ମିଳିବ। କ୍ୟାରିଅର ଏବଂ ଚାକିରିରେ ପରିଶ୍ରମର ଫଳ ମିଳିବ। ମିଡିଆ, ଲେଖକ, ଭାଷା, ସେୟାର ମାର୍କେଟ, ଶିକ୍ଷା ଏବଂ ଜ୍ୟୋତିଷ ସହିତ ଜଡିତ ଲୋକଙ୍କୁ ଲାଭ ମିଳିବ।