Below header

୨୦୩୭ ବେଳକୁ ଅଧିକାଂଶ ପିଲା ହେବେ ଇ-ବେବୀଜ, ଅନଲାଇନ ଡେଟିଂ ହେଉଛି କାରଣ, ପଢନ୍ତୁ କଣ କହୁଛି ରିପୋର୍ଟ

କଣ ଆପଣ ଜାଣନ୍ତି କି ୨୦୩୭ ବେଳକୁ ବିଶ୍ଵରେ ଅଧିକାଂଶ ଇ-ବେବୀଜ ଜନ୍ମନେବେ । ବର୍ତ୍ତମାନ ଆପଣ ଭାବୁଥିବେ ଯେ ଇ-ବେବୀଜ କଣ ? ଇ-ବେବୀଜର ଅର୍ଥ ହେଉଛି ଏଭଳି କିଛି ମାତା ପିତାଙ୍କ ସନ୍ତାନ ଯେଉଁମାନେ କି ପାରମ୍ପରିକ ବଦଳରେ କୌଣସି ଡେଟିଂ ଆପ କିମ୍ବା ଅନଲାଇନ ଡେଟିଂ ସାଇଟରୁ ଦେଖା ହୋଇଥିବେ । ଏକ ରିପୋର୍ଟ ଅନୁଯାୟୀ ଆସନ୍ତା ଦଶ ବର୍ଷ ମଧ୍ୟରେ ଜନ୍ମ ହେବାକୁ ଥିବା ପାଖାପାଖି ୪୦ ପ୍ରତିଶତ ପିଲା ଇ-ବେବୀଜ ହିଁ ହେବେ । ଏହି ରିପୋର୍ଟର ଡାଟା ଡେଟିଂ ପ୍ଲାଟଫର୍ମ ଇ ହର୍ମୋନି ଏବଂ ଅଫିସ ଫର ନେସନାଲ ଷ୍ଟାଟିକରୁ ନିଆଯାଇଛି ।

2037 तक ज़्यादातर बच्चे होंगे 'ई बेबीज', ऑनलाइन डेटिंग है वजह : रिपोर्ट

ଏହି ରିପୋର୍ଟରେ ଦାବି କରାଯାଇଛି ଯେ ୨୦୧୫ ରୁ ୨୦୧୯ ମଧ୍ୟରେ ପାଖାପାଖି ୩୨ ପ୍ରତିଶତ ରିଲେସନସିପ ଏପରି ଥିଲା ଯାହାର ଆରମ୍ଭ ଅନଲାଇନ ଡେଟିଂରୁ ଆରମ୍ଭ ହୋଇଥିଲା । ତେବେ ୨୦୦୫ ରୁ ୨୦୧୪ ମଧ୍ୟରେ ପ୍ରାୟ ୧୯ ପ୍ରତିଶତ ରିଲେସନ ଅନଲାଇନ ଡେଟିଂରୁ ଆରମ୍ଭ ହୋଇଥିଲା । ଗବେଷକଙ୍କ କହିବା ଅନୁଯାୟୀ ୨୦୩୦ ପର୍ଯ୍ୟନ୍ତ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ । ସେମାନଙ୍କ କହିବା ଅନୁଯାୟୀ ସେତେବେଳକୁ ଅଧାରୁ ଅଧିକ ରିଲେସନସିପ ଏପରି ରହିବ ଯାହାକି ଅନଲାଇନରୁ ଆରମ୍ଭ ହୋଇଥିବ ।

ଏହାସହ ପଢନ୍ତୁ ବୁଝି ବିଚାରି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ ନିଜ ପିଲାର ଫଟୋ, ନଚେତ ହୋଇପାରେ ଏଭଳି କ୍ଷତି

ଆଜିର ଡିଜିଟାଲ ୱାର୍ଲଡ଼ରେ ଅନଲାଇନ ଡେଟିଂରୁ ଏଭଳି ପାର୍ଟନର ଖୋଜିବାରେ ସାହାଯ୍ୟ ମିଳୁଛି ଯେଉଁମାନଙ୍କ ସହ ଆପଣଙ୍କ ମାଇଣ୍ଡସେଟ ମିଶୁଥିବ ଏବଂ ଯିଏ ଆପଣଙ୍କ ପାଇଁ ଯୋଗ୍ୟ ହୋଇଥିବ । ତାସହିତ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରେମକୁ ଖୋଜିବାରେ ୨୦୩୫ ଏକ ସ୍ୱତନ୍ତ୍ର ବର୍ଷ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.