ଟାଙ୍ଗୀ: ଦୁଇ କୋଟି ଟଙ୍କାର ସିଗାରେଟ୍ ଟ୍ରକ ଲୁଟ୍ ଘଟଣାର ପର୍ଦାଫାସ୍, ୨ ଅଭିଯୁକ୍ତ ଗିରଫ ଓ ନଗଦ ୧୦ ଲକ୍ଷ ଟଙ୍କା ଜବତ

ଟାଙ୍ଗୀ(କେନ୍ୟୁଜ୍): ଗତ ମାସ ୪ ତାରିଖ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରୁ ସିଗାରେଟ ଭର୍ତ୍ତି ଗାଡି ଲୁଟି ଘଟଣାର ପର୍ଦାଫାସ କରିଛି ଟାଙ୍ଗୀ ପୋଲିସ। ସୂଚନା ମୁତାବକ ଭଜିରୋ ସୁଲତାନ ଟ୍ରାନ୍ସପୋର୍ଟ କମ୍ପାନୀର ସିଗାରେଟ ଭର୍ତ୍ତି କଣ୍ଟେନର  ହାଇଦ୍ରାବାଦରୁ କୋଲକତା ଅଭିମୁଖେ ଯାଉଥିଲା। ହଠାତ ଟାଙ୍ଗୀ ଥାନା ଅଞ୍ଚଳର ଉଗ୍ରତାରା ଜଙ୍ଗଲ ନିକଟରେ କିଛି ଦୁର୍ବୃତ୍ତ କଣ୍ଟେନର ଆଗାରେ ଏକ ଗାଡି ରଖି କଣ୍ଟେନରକୁ ଅଟକାଇଥିଲେ।

ଏହା ପରେ ଦୁର୍ବୃତ୍ତମାନେ ଡ୍ରାଇଭର  ରିଙ୍କୁ ଯାଦବଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲ  ଓ  ଡ୍ରାଇଭରକୁ ଧମକ ଚମକ ଦେଖାଇ ଗୋଡ ହାତ ବାନ୍ଧି ଜଙ୍ଗଲରେ ପକାଇଦେଇ କଣ୍ଟେନର ନେଇ  ଫେରାର ହୋଇଯାଇଥିଲେ।   ସକାଳୁ  ସ୍ଥାନୀୟ କିଛି ଲୋକ ଡ୍ରାଇଭର ଜଣଙ୍କୁ ଉଗ୍ରତାରା ଜଙ୍ଗଲରୁ ଉଦ୍ଧାର କରି ଟାଙ୍ଗୀ ଥାନାକୁ ପଠାଇଥିଲେ।  ପରେ  ଡ୍ରାଇଭର ଜଣକ  ଲୁଟର ଘଟଣା  ସବୁ ପୋଲିସକୁ କହିବା ପରେ ଟାଙ୍ଗୀ ପୋଲିସର ଆରମ୍ଭ ହୋଇଯାଇଥିଲା ତଦନ୍ତ। ।

ଟାଙ୍ଗୀ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ  ତତ୍ତ୍ବବଧାନରେ  ଏକ ସ୍କାଡ଼ ଗଠନ କରି ରାଜ୍ୟବାହାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଠାରୁ ୨୩୮ କାର୍ଟୁନ ସ୍ତୋଲିଂ ସିଗାରେଟ ଓ ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛି ଟାଙ୍ଗୀ  ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ଅମିତଚୌଧୁରୀ ଓ ଅମିତ ଗୁପ୍ତା ଘର ମଧ୍ୟପ୍ରଦେଶର   ଇନ୍ଦୋର ବୋଲି ପୋଲିସ ନିକଟରୁ ସୂଚନା ମିଳିଛି । କଣ୍ଟେନରରେ ପାଖାପାଖି ୨ କୋଟରୁ ଅଧିକ ଟଙ୍କା ମୂଲ୍ୟର ସିଗାରେଟ ଥିଲା ବୋଲି କମ୍ପାନୀର କଟକ ସୁପରଭାଇଜର ସୁଦୀପ କୈସିରା ପୋଲିସକୁ କହିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.