Below header

ଏହି ସ୍ଥାନରେ ଫସିଗଲେ କେବେ ବି ଅଟକିବାର ଭୁଲ କରନ୍ତୁ ନାହିଁ, ନହେଲେ ସାରା ଜୀବନ ପସ୍ତାଇବେ

ଚାଣକ୍ୟଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହାର ପ୍ରାସଙ୍ଗିକତା ଏବେ ବି ରହିଛି |

ସାରା ଜୀବନ ପସ୍ତାଇବାରୁ ଚାହୁଁଛନ୍ତି ତ ଏଭଳି ଭୁଲ କେବେ ବି କରନ୍ତୁ ନାହିଁ | ଯାହା ସାରା ଜୀବନ କଷ୍ଟ ଦେବ | ଏଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କିଛି ସ୍ଥିତି ଓ ଲୋକଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି | କେବେ କେବେ ଛୋଟ ଭୁଲ ବଡ ଅସୁବିଧା ସୃଷ୍ଟି କରିଥାଏ | ଯଦି ଏହାକୁ ସମୟ ପୂର୍ବରୁ ରୋକ ନଯାଏ ତେବେ ସାରା ଜୀବନ ପସ୍ତାଇବାକୁ ହେବ | ଯଦି ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥାକୁ ମନାଯାଏ ତେବେ ବଡ ଅସୁବିଧାକୁ ଏଡାଇ ଦେଇ ହେବ |

ଏମିତି ଜାଗାରେ କେବେ ବି ରୁହନ୍ତୁ ନାହିଁ :

ଆଚାର୍ଯ୍ୟ ଚାଣକ୍ୟ ଏମିତି ଜାଗା ବିଷୟରେ କହିଛନ୍ତି ଯେଉଁଠି ନ ରହିବା ବହୁତ ଭଲ ହୋଇଥାଏ | ଏହା ଭିତରେ କିଛି ଲୋକ ଓ ପରିସ୍ଥିତି ରହିଛି ଯାହାଙ୍କ ଠାରୁ ଦୂରରେ ରହିବା ଜରୁରୀ |

ଶୁଖିଲା କ୍ଷେତ : ଚାଣକ୍ୟ ନୀତି କୁହେ ଲୋକେ ସେମିତି ଜାଗାରେ ରହିବ କଥା ନୁହେ ଯେଉଁଠି ଅକାଳ ପଡିଥାଏ | ଏମିତି ଜାଗାରେ ରହିବା ପରିବାର ଓ ପରିବାର ଲୋକଙ୍କ ପାଇଁ କଷ୍ଟ ଦେଇଥାଏ | ତେଣୁ ଏପରି ଜାଗାରୁ ତୁରନ୍ତ ପଳାଇ ଆସିବା ଉଚିତ |

ଦୁଷ୍ଟ ବ୍ୟକ୍ତି : ଚାଣକ୍ୟଙ୍କ ମତରେ ଦୁଷ୍ଟ ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବ ଉଚିତ | କାରଣ ଏ ଆପଣଙ୍କ ଯେତେ ବି ଭଲ ସାଙ୍ଗ ହୁଅନ୍ତୁ କେବେ ନା କେବେ ଆପଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ |

ଝଗଡା ଓ ମାରପିଟ : ଯଦି କିଛି ଜାଗାରେ ଦଙ୍ଗା ବା ମାରପିଟ ହେଉଥାଏ ସେ ଜାଗାରେ କେବେ ବି ଅଟକିବା ଉଚିତ ନୁହେଁ | କାରଣ ଏହା ଆପଣଙ୍କ ଜୀବନ ଓ ପ୍ରତିଷ୍ଠା ପାଇଁ କ୍ଷତିକାରକ ହୋଇପାରେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.