ଅଭିନେତ୍ରୀ ମୀନା କୁମାରୀଙ୍କୁ ପ୍ରେମ ସାଥି ଦେଲାନି କି ଭାଗ୍ୟ, ଶେଷ ସମୟରେ ତାଙ୍କର ଏହି ଅମୁଲ୍ୟ ସମ୍ପତ୍ତି ଦେଇଦେଲେ ଏହି ବ୍ୟକ୍ତିଙ୍କୁ

ହିନ୍ଦୀ ସିନେମା ଜଗତର ପ୍ରଖ୍ୟାତ ଅଭିନେତ୍ରୀ ମୀନା କୁମାରୀଙ୍କ ଜୀବନ ପିଲା ଦିନରୁ ସଂଘର୍ଷପୂର୍ଣ୍ଣ ରହି ଆସିଥିଲା | ଜଣେ ସୁନ୍ଦର ଅଭିନେତ୍ରୀ ଥିଲେ ମଧ୍ୟ ତାଙ୍କର ଭାଗ୍ୟ ତାଙ୍କ ସାଥି ଦେଇ ନଥିଲା କିମ୍ବା କାହାର ପ୍ରେମ ତାଙ୍କୁ ମିଳିନଥିଲା | ସୁନ୍ଦର ଅଭିନୟ ଦ୍ୱାରା ସମସ୍ତଙ୍କର ମନ ଜିତିଥିବା ମୀନା କୁମାରୀ ବାସ୍ତବ ଜୀବନରେ କାହାର ପ୍ରେମ ଜୟ କରିପାରିନଥିଲେ | ଯେଉଁଥି ପାଇଁ ତାଙ୍କୁ ବଲିଉଡର ଟ୍ରାଜେଡି କୁଇନ ବୋଲି ମଧ୍ୟ କୁହାଯାଏ |

ମାତ୍ର 7 ବର୍ଷ ବୟସରେ କରିବାକୁ ପଡିଥିଲା କାମ : 

ମୀନା କୁମାରୀଙ୍କ ଜନ୍ମ ଏକ ଗରିବ ପରିବାରରେ ହୋଇଥିଲା | ତାଙ୍କର ପରିବାର ଲୋକେ ତାଙ୍କୁ ଅନାଥାଳୟରେ ଛାଡିବାକୁ ନିଷ୍ପତ୍ତି ନେଇଥିଲେ | ହେଲେ ନିଜ ସନ୍ତାନ ମୋହରେ ଅନାଥାଳୟରେ ଛାଡି ନଥିଲେ | ହେଲେ 7 ବର୍ଷ ବୟସରୁ ସେ କାମ କରିଥିଲେ |

ଅଭିନୟ ଅପେକ୍ଷା ସାୟରୀ ଲେଖିବାକୁ ଭଲ ପାଉଥିଲେ :

ମୀନା କୁମାରୀ ବହୁ ଫିଲ୍ମରେ କାମ କରିଛନ୍ତି | ହେଲେ ତାଙ୍କର ଖାସ ସଉକ ଥିଲା ସାୟରୀ ଲେଖିବାରେ | ସେହି ସାୟରୀ ଲେଖିବା କାରଣରୁ ତାଙ୍କର ଗୁଲଜାରଙ୍କ ସହ ସମ୍ପର୍କ ହୋଇଥିଲା | ଉଭୟ ଫିଲ୍ମ “ବେନଜିର” ଯୋଗୁ ବନ୍ଧୁ ହୋଇଥିଲେ |

ମୀନା କୁମାରୀଙ୍କୁ ମଦ ପିଇବା ର ଅଭ୍ୟାସ ହୋଇଯାଇଥିଲା | ଯେଉଁଥିପାଇଁ ତାଙ୍କ ଲିଭର ଖରାପ ହୋଇଯାଇଥିଲା | ମୀନ କୁମାରୀଙ୍କୁ ଜଣାଥିଲା ଏବେ ତାଙ୍କ ପାଖରେ ଖୁବ କମ ସମୟ ଅଛି | ତେଣୁ ସେ ଫିଲ୍ମ ଠାରୁ ଦୁରେଇ ଗଲେ | ସେହି ସମୟରେ ମୀନା କୁମାରୀ ତାଙ୍କର ସମସ୍ତ ସାୟରୀ ଗୁଲଜାରଙ୍କୁ ଦେଇ ଦେଇଥିଲେ | ମୀନା କୁମାରୀଙ୍କ ମୃତ୍ୟୁ ପରେ ଗୁଲଜାର ସାହବ ମୀନା କୁମାରୀଙ୍କ ସାୟରୀ ସବୁକୁ ମୀନା କୁମାରୀ ସାୟରୀ ଭାବେ ପ୍ରକାଶ କରିଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.