ସନ୍ଧ୍ୟା ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ, ଜୀବନ ସାରା ମାଡି ବସିଥାଏ ଅସୁବିଧା

ସୂର୍ଯ୍ୟାସ୍ତକୁ ନେଇ ଵାସ୍ତୁ ରେ ଅଲଗା ଅଲଗା ନିୟମ କରାଯାଇଛି | ଵାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟରେ କିଛି କାମ ନ କରିବାକୁ ପରାମର୍ଶ ଦିଆଯାଇଛି | ଏମିତି କରିବା ଦ୍ୱାରା ଘରକୁ ନକରାତ୍ମକ ପ୍ରଭାବ ଆସିଥାଏ | ଯଦି ଭୁଲରେ ସନ୍ଧ୍ୟାରେ ଏହି କାମ କରିଦିଆଯାଏ ତେବେ ଧନହାନି ଓ ରୋଗ ମାଡି ଆସିଥାଏ |

ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି କାମ :

କୁହାଯାଏ ସୂର୍ଯ୍ୟାସ୍ତ ପରେ ନକରାତ୍ମକ ପ୍ରଭାବ ସକ୍ରିୟ ହୋଇଯାଏ | ତେଣୁ ଏହି ସମୟରେ କିଛି କାମ କରିବାକୁ ବରଂ କରାଯାଇଛି | ସୂର୍ଯ୍ୟାସ୍ତ ପରେ କେବଳ ଦେବତାଙ୍କ ଆରାଧନା କରାଯାଇଥାଏ | ଏହାଦ୍ୱାରା ନକରାତ୍ମକ ପ୍ରଭାବ ପଡ଼ିନଥାଏ |

ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟ ବନ୍ଦ କରନ୍ତୁ ନାହିଁ | କୁହାଯାଏ ଏହି ସମୟରେ ମା’ ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି | ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟ ବନ୍ଦ ରଖିଲେ ମା’ଙ୍କ ଆଗମନ ହୋଇ ନଥାଏ | ଫଳରେ ଘରେ ଗରିବୀ ଆସିଥାଏ |

ସନ୍ଧ୍ୟା ସମୟରେ ତୁଳସୀଙ୍କୁ ଛୁଇଁଲେ ସେ ରାଗିଥାନ୍ତି | ତେଣୁ ସନ୍ଧ୍ୟା ସମୟରେ ଭୁଲ ରେ ବି ତୁଳସୀ ଗଛକୁ ଛୁଅନ୍ତୁ ନାହିଁ |

ସୂର୍ଯ୍ୟାସ୍ତ ସମୟରେ କୌଣସି ବ୍ୟକ୍ତିଙ୍କୁ ଲୁଣ, ପିଆଜ,ରସୁଣ,ଖଟା ଦ୍ରବ୍ୟ ଓ ଛୁଞ୍ଚି କାହାକୁ ଦିଅନ୍ତୁ ନାହିଁ କି କାହା ଠାରୁ ଆଣନ୍ତୁ ନାହିଁ |

ସନ୍ଧ୍ୟା ସମୟରେ କୌଣସି ଭିକାରୀଙ୍କୁ ଖାଲି ହାତରେ ଫେରନ୍ତୁ ନାହିଁ | ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ |

ସନ୍ଧ୍ୟା ସମୟରେ ଅର୍ଥ ଦେଣ-ନେଣ ବି କରନ୍ତୁ ନାହିଁ | କୁହାଯାଏ ଏହି ସମୟରେ ଦିଆ ଯାଇଥିବା ଟଙ୍କା ଫେରସ୍ତ ମିଳେନି |

ସୂର୍ଯ୍ୟାସ୍ତ ସମୟରେ କୌଣସି ବ୍ୟକ୍ତି ଘରେ ଶୋଇବା କିମ୍ବା ଝଗଡା କରିବା କଥା ନୁହେଁ | କୁହାଯାଏ ସନ୍ଧ୍ୟା ସମୟରେ ଘରକୁ ମା’
ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.