Below header

ସିବିଆଇର ଛବି ଖରାପ ହେଉଛି,ଏହାର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠୁଛି: ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣା

କେନ୍ୟୁଜ୍(ବ୍ୟୁରୋ):  ସିବିଆଇର ଛବି ଖରାପ ହେଉଛି । ଏହାର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠୁଛି । ସିବିଆଇର ସକ୍ରିୟତା ଓ ନିଷ୍କ୍ରିୟତା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିବା କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣା । ଗଣତନ୍ତ୍ରରେ ତଦନ୍ତକାରୀ ସଂସ୍ଥାର ଭୂମିକା ଓ ଦାୟିତ୍ୱବୋଧ ସଂପର୍କିତ ଏକ ଆଲୋଚନାଚକ୍ରରେ ଯୋଗ ଦେଇ ଏଭଳି ଟିପ୍ପଣୀ କରିଛନ୍ତି ସିଜେଆଇ । ସିବିଆଇର ବିଶ୍ୱସନୀୟତାକୁ ଫେରାଇ ଆଣିବାକୁ ହେଲେ ରାଜନେତାଙ୍କ ସହ ସଂପର୍କରୁ ଦୂରେଇ ରହିବାକୁ ହେବ ।

ରାଜନୈତିକ ପ୍ରତିନିଧି ଅସ୍ଥାୟୀ । ତଦନ୍ତକାରୀ ଅଧିକାରୀ ସ୍ଥାୟୀ ବୋଲି କହିଛନ୍ତି ସିଜେଆଇ । ଏଥିସହ ଗୋଟିଏ ସ୍ୱୟଂଶାସିତ ପ୍ରତିଷ୍ଠାନ ଅଧିନରେ CBI, SFIO, ED ଭଳି ସଂସ୍ଥା ରହିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଏଥିସହ ପୋଲିସ ଭଳି ତଦନ୍ତକାରୀ ସଂସ୍ଥା ଗୁଡ଼ିକୁ ସାମ୍ବିଧାନିକ ସୁରକ୍ଷା ମିଳୁନଥିବାରୁ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ୱୀକାର କରିଥିଲେ ଜଷ୍ଟିସ୍‌ ରମଣା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.