ଚାଣକ୍ୟ ନୀତି : ଘର-ପରିବାର ସମାଜ ସବୁ କିଛି ବର୍ବାଦ କରିଦେଇଥାଏ ଏହି ଲୋକଙ୍କର ଏମିତି ବ୍ୟବହାର, ହୋଇଯାଆନ୍ତୁ ସତର୍କ

ଘର -ପରିବାର,ସମାଜର ଭଲ ସେତେବେଳେ ହୋଇଥାଏ ଯେତେବେଳେ କିଛି ଲୋକଙ୍କ ଆଚରଣ-ବ୍ୟବହାର ତାଙ୍କର କାମ ଅନୁରୂପ ହୋଇଥାଏ | ଯଦି ଘରର ମହିଳା,ବ୍ରାହ୍ମଣ ଓ ରାଜା ଭୁଲ କରନ୍ତି ତେବେ ସବୁ କିଛି ନଷ୍ଟ ହୋଇଯାଏ | ଆଚାର୍ଯ୍ୟ ଚାଣକ୍ୟ ସବୁ ପ୍ରକାର ଲୋକଙ୍କ ଆଚାର, ବ୍ୟବହାର, ଭଲ ଓ ମନ୍ଦ ସମ୍ପର୍କରେ କହିଛନ୍ତି |

ଚାଣକ୍ୟ ଏମିତି କିଛି ଲୋକଙ୍କ ବିଷୟରେ କହିଛନ୍ତି ଯେଉଁମାନେ ନିଜର ଆଚରଣ ଠିକ ଭାବେ ପାଳନ ନକଲେ କେବଳ ତାଙ୍କର ଜୀବନ ନଷ୍ଟ ହୋଇ ନଥାଏ ବରଂ ତାଙ୍କ ସହ ଥିବା ଲୋକଙ୍କର ମଧ୍ୟ ଜୀବନ ନଷ୍ଟ ହୋଇଥାଏ |

ବର୍ବାଦ କରି ଦେଇଥାଏ ଏମିତି ଆଚରଣ

ଚାଣକ୍ୟ ନୀତିରେ ଚାଣକ୍ୟ, ରାଜା, ବ୍ରାହ୍ମଣ ଓ ମହିଳାଙ୍କ ଆଚରଣ ଓ ବ୍ୟବହାରକୁ ବହୁତ ମୂଲ୍ୟବାନ କହିଛନ୍ତି | ଯଦି ଏ 3 ଜଣ ଭୁଲ କରନ୍ତି ତେବେ ସମାଜ ଓ ପରିବାର ବର୍ବାଦ ହୋଇଥାଏ |

ରାଜା : ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ରାଜାଙ୍କୁ କେବେ ବି ସନ୍ତୁଷ୍ଟ ହେବା କଥା ନୁହେ | ରାଜା ଯଦି ସନ୍ତୁଷ୍ଟ ହୁଏ ତେବେ ସେ ରାଜ୍ୟ ବଢ଼ାଇ ପାରିବେନି | ନା ପ୍ରଜାଙ୍କୁ ଠିକ ଭାବରେ ପାଳି ପାରିବେ |

ବ୍ରାହ୍ମଣ : ବ୍ରାହ୍ମଣଙ୍କ କାମ ସମାଜକୁ ଶିକ୍ଷିତ କରିବା | କାରଣ ବ୍ରାହ୍ମଣ ପୁରା ସମୟ ଜ୍ଞାନ ଅର୍ଜନ କରିଥାନ୍ତି ଓ ସମାଜରେ ଜ୍ଞାନ ବାଣ୍ଟିଥାନ୍ତି | ଏହା ବଦଳରେ ବ୍ରାହ୍ମଣଙ୍କୁ ଦାନ ଓ ସମ୍ମାନ ମିଳିଥାଏ | ଯଦି ବ୍ରାହ୍ମଣ ସେଥିରେ ସନ୍ତୁଷ୍ଟ ନହୁଏ, ତେବେ ତାର ବିନାଶ ହୁଏ | ଏହାର ଅସୁବିଧାକୁ ମଧ୍ୟ ସମାଜକୁ ଭୋଗିବାକୁ ହେବ |

ଗୃହିଣୀ : ଗୃହିଣୀ ପରିବାରର ସମସ୍ତଙ୍କ ଖିଆଲ ରଖିଥାଏ ଓ ବଂଶର ମାନ ସମ୍ମାନ ରଖିଥାଏ | ଯଦି ସେ ସ୍ୱଭାବରେ ଶକ୍ତ ହୁଅନ୍ତି ତେବେ ଘରେ ଝଗଡା ମାହୋଲ ସୃଷ୍ଟି ହୋଇଥାଏ | ତେଣୁ ମହିଳାଙ୍କ ଆଚରଣ ଯଦି ଠିକ ନ ହୁଏ ତେବେ ଏହାର ଅସୁବିଧା ସମସ୍ତଙ୍କୁ ଭୋଗିବାକୁ ପଡିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.