ଜୀବନର ସବୁ ଦୁଃଖ କଷ୍ଟକୁ ଦୂର କରିବା ପାଇଁ ଜପ କରନ୍ତୁ ଶ୍ରୀରାମଙ୍କର ଏହି ମନ୍ତ୍ର

ଧାର୍ମିକ ଏବଂ ପୌରାଣିକ କାହାଣୀ ଅନୁଯାୟୀ ଭଗବାନ ଶ୍ରୀରାମ ଚୈତ୍ର ନବରାତ୍ରୀ ଭଳି ଶୁଭ ଦିନରେ ଜନ୍ମଗ୍ରହଣ କରିଥିଲେ । ଭଗବାନ ଶ୍ରୀ ରାମଙ୍କୁ ପୂଜା କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ତେବେ ରାମକୁ ପୂଜା କରିବା ସମୟରେ କିଛି ବିଶେଷ ମନ୍ତ୍ର ଜପ କରିବା ଦ୍ୱାରା ଜୀବନର ଅନେକ ସମସ୍ୟା ଦୂର ହୋଇ ଘରେ ସୁଖର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ।

‘ରାମ’ :

କୁହାଯାଏ ଯେ ଦୁନିଆରେ ରାମ ନାମ ହିଁ କେବଳ ସତ୍ୟ ହୋଇଥାଏ। ଏହି ରାମ ନାମ ହେଉଛି ସବୁଠାରୁ ବଡ଼ ଏବଂ କଲ୍ୟାଣକାରୀ ମନ୍ତ୍ର । ତେଣୁ, ପ୍ରତିଦିନ ରାମଙ୍କ ନାମ ଜପ କରିବା ଦ୍ୱାରା ଜୀବନର ଅସୁବିଧା ଦୂର ହୋଇଥାଏ । ତେଣୁ ରାମଙ୍କୁ ପୂଜା କରିବା ସମୟରେ ନିଜର ଇଚ୍ଛା ଅନୁଯାୟୀ କିଛି ସମୟ ପାଇଁ ରାମ ନାମ ଜପ କରନ୍ତୁ ।

‘ଓଁ ଜାନକୀ ବଲ୍ଲଭାୟ ସ୍ୱାହା’ :

ଖାସ କରି ରାମ ନବମୀ ଶୁଭ ଦିନରେ ଏହି ମନ୍ତ୍ରକୁ ନିଶ୍ଚିତ ଭାବରେ ଜପ କରନ୍ତୁ । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ପ୍ରଭୁ ଶ୍ରୀରାମ ଏବଂ ଦେବୀ ସୀତାଙ୍କର ଆର୍ଶୀବାଦ ମିଳିଥାଏ ।

‘ଓଁ ରାଂ ରାମାୟ ନମଃ’ :

ଏହି ମନ୍ତ୍ରକୁ ପବିତ୍ର ମନରେ ଜପ କରିବା ଦ୍ୱାରା ଏହା ଦ୍ୱାରା ଜୀବନର ସବୁ ସଂକଟ ଦୁର ହୋଇଥାଏ ।

‘ଓଁ ରାମଭଦ୍ରାୟ ନମଃ’ :

ଭଗବାନ ରାମଙ୍କର ଏହି ଶକ୍ତିଶାଳୀ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହା ଦ୍ୱାରା ଜୀବନ ଏବଂ କାର୍ଯ୍ୟରେ ଆସୁଥିବା ସମସ୍ୟା ଦୁର ହୋଇଥାଏ । ଏଥିସହିତ ଶ୍ରୀ ରାମଙ୍କର ଅସୀମ କୃପା ମିଳିଥାଏ ।

‘ଓଁ ରାମଚନ୍ଦ୍ରାୟ ନମଃ’ :

ପ୍ରଭୁ ଶ୍ରୀରାମଙ୍କର ଏହି ମନ୍ତ୍ରକୁ ଜପିବା ଦ୍ୱାରା ଘରେ ସୁଖ-ଶାନ୍ତି ଏବଂ ସମୃଦ୍ଧି ବଢିଥାଏ । ଗର ଏବଂ ପରିବାର ଉପରେ ପ୍ରଭୁଙ୍କର ଅସିମ କୃପା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.