ସ୍ପେନ: ସ୍କର୍ଟ ପିନ୍ଧି ସ୍କୁଲ ଆସୁଛନ୍ତି ପୁରୁଷ ଶିକ୍ଷକ, ପୂରା ଦେଶ କରୁଛି ସମର୍ଥନ! କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ସବୁବେଳେ ପ୍ରାୟତଃ ବିଭିନ୍ନ ପ୍ରକାର କ୍ୟାମ୍ପେନ ଚାଲିଥାଏ। ଏମିତି ଏକ କ୍ୟାମ୍ପେନ ଏବେ ସ୍ପେନରେ ଚାଲିଛି, ଯେଉଁଠି ଶିକ୍ଷକମାନେ ସ୍କର୍ଟ ପିନ୍ଧି ସ୍କୁଲ ଆସିବାରେ ଲାଗୁଛନ୍ତି। ପୂରା ଦେଶରେ ଏହି କ୍ୟାମ୍ପେନ ଏକ ଆନ୍ଦୋଳନର ରୂପ ନେଇଛି।

ରିପୋର୍ଟ ଅନୁସାରେ, ୨୦୨୦ ଅକ୍ଟୋବରରେ ସ୍ପେନରେ ଜଣେ ଛାତ୍ର ସ୍କର୍ଟ ପିନ୍ଧି କ୍ଲାସକୁ ଆସିବା ପରେ ତାଙ୍କୁ ସ୍କୁଲରୁ ବାହାର କରି ଦିଆଯାଇଥିଲା। ଏଥି ସହିତ ତାଙ୍କୁ ମାନସିକ ରୂପେ ଦୁର୍ବଳ କୁହାଯାଇ ମନୋବୈଜ୍ଞାନିକଙ୍କ ପାଖକୁ ପଠାଇ ଦିଆଯାଇଥିଲା। ଏହାପରଠୁ ସେହି ଛାତ୍ରଙ୍କ ସପୋର୍ଟରେ ପୂରା ଦେଶରେ କ୍ୟାମ୍ପେନ ଚାଲିଛି। ଏଠାରେ ଶିକ୍ଷକଙ୍କ ଛଡ଼ା ଅନ୍ୟ ଲୋକମାନେ ମଧ୍ୟ ସ୍କର୍ଟ ପିନ୍ଧିବାରେ ଲାଗିଛନ୍ତି।

ଏହି ଆନ୍ଦୋଳନ ଲିଙ୍ଗଗତ ସମାନତାକୁ ନେଇ କରାଯାଇଛି। ଏବେ ପୂରା ସ୍ପେନରେ ‘The Clothes Have No Gender’ କ୍ୟାମ୍ପେନ ଚାଲିଛି। ଚାରିଆଡୁ ଏହାକୁ ସମର୍ଥନ ମିଳୁଛି। ସ୍କୁଲରୁ ବହିଷ୍କାର ପରେ ଛାତ୍ର ଜଣକ ନିଜ ଷ୍ଟୋରୀ ଟିକଟକରେ ସେୟାର କରିଥିଲେ।

ଏହି ଆନ୍ଦୋଳନ ଗତ ମାସରେ ଅଧିକ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ Virgen de Cesedón Primary Schoolର ଦୁଇ ଶିକ୍ଷକ ସ୍କର୍ଟ ପିନ୍ଧି ସ୍କୁଲକୁ ଆସିଥିଲେ। ତେବେ ସ୍କର୍ଟ ପିନ୍ଧି ଆସିଥିବା ଛାତ୍ରଙ୍କୁ ସ୍କୁଲରୁ ବାହାର କରି ଦିଆଯିବା ପରେ ମ୍ୟାଥ ଟିଚର ଜୋସ ପିନାସ ପ୍ରଥମେ ଏହି ଅଭିଯାନ ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.