Below header

ଆସୁଛି ଗଣେଶ ଚତୁର୍ଥୀ, ଜାଣନ୍ତୁ ଏହି ଦିନରେ ବିଘ୍ନହର୍ତ୍ତାଙ୍କୁ କେମିତି କରିବେ ସନ୍ତୁଷ୍ଟ

ବିଘ୍ନହର୍ତ୍ତା ଗଣେଶଙ୍କ ପର୍ବ ଗଣେଶ ଚତୁର୍ଥୀ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପଡିଥାଏ । ସମସ୍ତ ଦେବତାଙ୍କ ପୂଜା ପୂର୍ବରୁ ପ୍ରଥମେ ଶ୍ରୀ ଗଣେଶଙ୍କ ଉପାସନା କରାଯାଇଥାଏ । ସେ ହେଉଛନ୍ତି ଅଗ୍ରପୂଜ୍ୟ । ଚଳିତ ବର୍ଷ ସେପ୍ଟେମ୍ବର ମାସ ୧୦ ତାରିଖରେ ଶ୍ରୀ ଗଣେଶ ଚତୁର୍ଥୀ ପଡୁଥିବା ବେଳେ ୧୯  ତାରିଖରେ ବିଘ୍ନହର୍ତ୍ତାଙ୍କୁ ବିଦାୟ ଦିଆଯିବ । କିନ୍ତୁ ଶ୍ରୀ ଗଣେଶ ଚତୁର୍ଥୀର ଦଶଦିନ ବ୍ୟାପି ପବିତ୍ର ଉତ୍ସବରେ କିଛି କଥା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ତେବେ ଆସନ୍ତୁ ସେ ଉପରେ ଏକ ନଜର ପକାଇବା:

ଲାଲ ଓ ହଳଦିଆ ରଙ୍ଗର ଡ୍ରେସ ପିନ୍ଧନ୍ତୁ: 

ଜଣେ ପ୍ରସିଦ୍ଧ ଜ୍ୟୋତିଷଶାସ୍ତ୍ରୀଙ୍କ ଅନୁଯାୟୀ ଗଣେଶଙ୍କ କୃପା ଲାଭ କରିଥିବା ବ୍ୟକ୍ତିଙ୍କୁ ରିଦ୍ଧି-ସିଦ୍ଧି ମିଳିବା ସହିତ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ । ଗଣେଶଙ୍କ ପୂଜା କରିବା ସମୟରେ କେତେ ଗୁଡିଏ ବିଶେଷ ଦିଗ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ । ଏହି ସମୟରେ ନୀଳ କିମ୍ବା କଳା ରଙ୍ଗର ବସ୍ତ୍ର ପିନ୍ଧିବା ବର୍ଜନୀୟ । ଗଣେଶଙ୍କ ପୂଜା ସମୟରେ ଲାଲ କିମ୍ବା ହଳଦିଆ ବସ୍ତ୍ର ପିନ୍ଧିବା ଶୁଭ । ମନେରଖିବେ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମାଙ୍କ ଦର୍ଶନ ଜମା ବି କରିବା ଉଚିତ ନୁହେଁ ।

ganesh

 

ଗଣେଶଙ୍କର ଖୁବ ପ୍ରିୟ ଏହି ସବୁ ଜିନିଷ:

ଗଣେଶଙ୍କ ପୂଜା କରିବା ସମୟରେ ଦୁବ ଘାସ, ଆଖୁ, ଵୁନ୍ଦଇ ଲଡୁ ଆଦି ଭୋଗ ଆକାରରେ ଚଢ଼ାଇବା ଉଚିତ । ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ ଧ୍ୟାନରେ ରଖିବେ ତାଙ୍କ ଶୁଣ୍ଢ ଡାହାଣ ପଟକୁ ଥିବ । ଯାହାଦ୍ୱାରା ଧନ ତଥା ବୈଭବ ଲାଭ ହୋଇଥାଏ । ଗଣେଶଙ୍କ ପୂଜାରେ ତୁଳସୀ ବ୍ୟବହାର କରିବା ଅନୁଚିତ ।

ନୂଆ ମୂର୍ତ୍ତି ବ୍ୟବହାର କରନ୍ତୁ:

ଗଣେଶଙ୍କ ପୂଜାରେ ନୂଆ ମୂର୍ତ୍ତି ବ୍ୟବହାର କରିବା ଉଚିତ । ପୁରୁଣା ମୂର୍ତ୍ତିକୁ ବିସର୍ଜନ କରିଦେବା ଉଚିତ । ଘରେ ଗଜାନନନଙ୍କର ଦୁଇଟି ବିଗ୍ରହ ବି ରଖିବା ଉଚିତ ନୁହେଁ । ଆଉ ମଧ୍ୟ ଅନ୍ଧକାର ଥିବା ସମୟରେ ବିଘ୍ନହର୍ତ୍ତାଙ୍କ ଦର୍ଶନ କରିବା ଉଚିତ ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.