ଅଲିମ୍ପିଆନ ଦୂତୀଙ୍କ ମାମଲାରେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ, ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ୱେବ ପୋର୍ଟାଲ ଏଡିଟର

ଭୁବନେଶ୍ୱର(କେନ୍ୟୁଜ) : ଅଲିମ୍ପିଆନ ଦୂତୀଙ୍କ ମାମଲାରେ ପୋଲିସ ନେଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ପୋଲିସଏଡିଟର ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କୁ ଗିରଫକରି କୋର୍ଟ ପଠାଇଥିଲା ।ତବେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ଗିରଫ ୱେବ ପୋର୍ଟାଲ ଏଡିଟର ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ସୁଧାଂଶୁ ନାଁରେ ଲମ୍ବୁଛି ଅଭିଯୋଗର ତାଲିକା । ୨୦୧୬ରେ ଯାଜପୁର ମଙ୍ଗଳପୁର ଥାନା ଅଞ୍ଚଳରେ ସିବିଆଇ ଅଫିସର ପରିଚୟରେ ଲୁଟିଥିଲା ଟଙ୍କା । ଏମାନଙ୍କ ନାଁରେ କେହି ଅଭିଯୋଗ ଆଣିଲେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ସେପଟେ କାର୍ଯ୍ୟାନୁଷ୍ଠାନ ପରେ ସନ୍ତୋଷ ପ୍ରକାଶ କରି ଓଡ଼ିସା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଅଲିମ୍ପିଆନ ଦୂତୀ ଚାନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.