Below header

ଦୁଇ ବାଇକ୍‌ ସହ ଶାଗୁଆନ୍‌ କାଠ ଜବତ

ମୋହନା(କେନ୍ୟୁଜ) : ପେଟ୍ରୋଲିଂ କଲାବେଳେ ମୋହନା ବନ ବିଭାଗ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଶାଗୁଆନ କାଠ ଜବତ କରିଛି । ଘଟଣାସ୍ଥଳରୁ ୨ଟି ବାଇକ୍‌ ଜବତ କରିଥିବା ବେଳେ ଅଭିଯ୍‌ୁକ୍ତମାନେ ଫେରାର ହୋଇଯାଇଛନ୍ତି ।

ସୂଚନାନୁଯାୟୀ,ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ପେଟ୍ରୋଲିଙ୍ଗ କଲାବେଳେ ମୋହନା ଥାନା ଅନ୍ତର୍ଗତ କିରାମ୍ବା ଗ୍ରାମ ନିକଟରେ ଦୁଇଟି ବାଇକ ସହ ୧୯.୬୭ ସିପ୍ଟର ୧୧ ଟି ଶାଗୁଆନ କାଠ ଗଣ୍ଡି ଜବତ କରିଛି l ଉକ୍ତ କାଠ ଗଣ୍ଡି ମୋହନା ଅଞ୍ଚଳ ରୁ ଗଞ୍ଜାମ ଚାଲାଣ ହେଉଥିଲା ।

ଜବତ କାଠ ର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ରୁ ଉର୍ଦ୍ଧ ହେବ । ବନବିଭାଗ କାଠ ଜବତ କରିବା ସହ ଦୁଇଟି ବାଇକ ଜବତ କରିଛି l ତେଵେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି ।  ଏନେଇ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଜାରିରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.