‘ବଚପନ୍‌ କା ପ୍ୟାର ମେରା ଭୁଲ ନେହିଁ ଜାନା ରେ’ ଗାଇଥିବା ସହଦେବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସେୟାର କଲେ ଭିଡିଓ

ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ଥିବା ‘ବଚପନ୍‌ କା ପ୍ୟାର୍‌ ମେରା ଭୁଲ ନେହିଁ ଜାନା ରେ’ ଗୀତ ଗାଇଥିବା କୁନି ବାଳକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ସ୍କୁଲ ଡ୍ରେସ୍‌ରେ ଏହି ଗୀତ ଗାଇଥିବା ବାଳକ ହେଉଛନ୍ତି ଛତିଶଗଡ଼ର ସହହେବ କୁମାର ଦିରଦେ। ସହଦେବଙ୍କୁ ସାକ୍ଷାତ କରିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ତାଙ୍କ ସାକ୍ଷାତ ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି।

ଭିଡିଓରେ ସହଦେବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ପରେ ସେ ବଚପନ୍‌ କା ପ୍ୟାର ମେରା ଭୁଲ ନେହିଁ ଜାନାରେ ଗାଇ ସମସ୍ତଙ୍କ ମନୋରଞ୍ଜନ କରୁଛନ୍ତି। ଏହି ସାକ୍ଷାତ ପରେ ସିଏମ୍‌ ନିଜେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି- ‘ବଚପନ୍‌ କା ପ୍ୟାର… ବାଃ!’

ସୂଚନାଯୋଗ୍ୟ ଯେ ସହଦେବ ଗାଇଥିବା ବଚପନ୍‌ କା ପ୍ୟାର ମାତ୍ର କିଛି ଦିନ ଭିତରେ ହିଁ ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହୋଇଥିଲା। ଏହି ଗୀତ ଦେଖିବା ପରେ ଲୋକପ୍ରିୟ ସିଙ୍ଗର ବାଦଶାହ ଫୋନ୍‌ରେ ସହଦେବଙ୍କ ସହ କଥା ହୋଇଥିଲେ ଓ ତାଙ୍କୁ ଦେଖା ହେବାକୁ ଚଣ୍ଡୀଗଡ଼ ଡାକିଥିଲେ। ଏବେ ଆଶା କରାଯାଉଛି ଯେ ଆଗକୁ ବାଦଶାହା ସହଦେବଙ୍କ ସହ ଗୀତ କରିପାରନ୍ତି।