Below header

ନାତିର ଦ୍ରୁତ ବାଇକ୍‌ ଚଲା ଦେଖି ବୁଢୀ ମା’ ଛାତି ଥରଥର, ହେଲେ ଗାଡିର ସ୍ପିଡ କମ୍‌ କରୁନି ଅମାନିଆ ନାତି: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ନୂଆ ନୂଆ ଭିଡିଓ ଭାଇରଲ ହୋଇଥାଏ । ଆଉ ଏହିସବୁ ଭିଡିଓ ମଧ୍ୟ ଟ୍ରେଣ୍ଡ କରିଥାଏ । ଏଥିମଧ୍ୟରୁ କିଛି ଭିଡିଓ ବାଇକ୍‌ ଚଲାଇ ରେସ୍‌ ଲଗାଉଥିବାର ମଧ୍ୟ ରହିଥାଏ। ଯାହାର ଖରାପ ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡିଥାଏ। ଆଉ ଅଧିକ ସ୍ପିଡରେ ଗାଡି ଚଲାଇବା ଯୋଗୁଁ ଛୋଟ ପିଲାମାନେ ନିଜ ଜୀବନକୁ ବାଜି ପାଣି ଛଡାଇଦିଅନ୍ତି । ବେଳେ ବେଳେ ଦୁର୍ଘଟଣାର ଶିକାର ହୁଅନ୍ତି । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ।

ସୋସିଆଲ ମିଡିଆରେ ଏମିତି କେତେକ ଷ୍ଟଣ୍ଟ ଭିଡିଓ ଦେଖିବାକୁ ମିଳିଥାଏ। ଯାହା ଆଜିକାଲିର ଯୁବପିଢିଙ୍କ ଉପରେ ପ୍ରଭାବ ପକାଇଥାଏ । ଭିଡିଓରେ ଷ୍ଟଣ୍ଟ କରୁଥିବା ବ୍ୟକ୍ତି ଭଳି ସମସ୍ତେ କରିବାକୁ ଚେଷ୍ଟା କରନ୍ତି ଆଉ ବେଳେବେଳେ ଜୋଶ୍‌ରେ ଅଦ୍ଭୁତ କାମ ମଧ୍ୟ କରନ୍ତି। ଠିକ୍‌ ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଛୋଟ ପିଲା ନିଜ ଜେଜେମାକୁ ବାଇକରେ ବସାଇ ସ୍ପିଡରେ ଲୁନା ଚଲାଉଥିବା ଦେଖିବାକୁ ମିଳିଛି ।

ଭିଡିଓ ଦେଖିବା ପରେ ୟୁଜର୍ସଙ୍କ ହୋସ ଉଡିଯାଇଛି । ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସେୟାର ମଧ୍ୟ କରାଯାଉଛି । ଏହି ଭିଡିଓକୁ ଟ୍ଵିଟରରେ ଆଇପିଏସ ଅଧିକାରୀ ଦୀପାଂଶୁ କାବରା ନିଜ ଅଫିସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ଛୋଟ ପିଲାଟି ଲୁନା ଗାଡିକୁ ସ୍ପିଡରେ ଚଲାଇ ଜେଜେ ମାକୁ ବସାଇ ନେଉଛି। ପଛରେ ବସିଥିବା ଜେଜେ ମା’ ଗାଡିକୁ ଜାବୁଡି ଧରିଛନ୍ତି। ହେଲେ ପିଲାଟି ଜୋରରେ ଗାଡି ଚଲାଉଛି। ଆଉ ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ପିଲାକୁ ଧିରେ ଗାଡି ଚଲାଇବା ପାଇଁ କହୁଛନ୍ତି। ହେଲେ ପିଲାଟି ଗାଡିର ସ୍ପିଡ କମ୍‌ କରୁନାହିଁ ।

ଦେଖନ୍ତୁ ଭିଡିଓ :


ଭିଡିଓ ସେୟାର କରି ଦୀପାଂଶୁ କାବରା ଲେଖିଛନ୍ତି, ଛୋଟ ପିଲାଙ୍କ ଜୀବନ ଏମିତି ଚାଲିଯାଉଛି, ମା’ ବାପାଙ୍କ ଲାଳନପାଳନରେ ବଡ ଭୁଲ୍‌ ରହୁଛି। ଯେଉଁ ବୟସରେ ପିଲାମାନଙ୍କୁ କଟକଣାରେ ରହିବା ଉଚିତ, ସେ ବୟସର ପିଲାଟି ସ୍ପିଡରେ ଗାଡି ଚଲାଉଛି। ପଛରେ ବସିଥିବା ବୟସ୍କ ଜେଜେ ମା’ କଥା ଟିକେ ମଧ୍ୟ ଚିନ୍ତା କରୁନାହିଁ । ଯଦି ପିଲାଟିର ଏଭଳି ଭୁଲ ଯୋଗୁଁ ଦୁଇ ଦୁଇଟି ଜୀବନ ବାଜି ଲାଗିଯାଏ, ତେବେ ତା’ର ଦୋଷ କିଏ ନେବ ?

ତେଣୁ ଆପଣମାନେ ମଧ୍ୟ କେବେ ବି ନିଜର ନାବାଳକ ପିଲାକୁ ଗାଡି ଦିଅନ୍ତୁ ନାହିଁ। ଆଉ ଯେଉଁମାନେ ଗାଡି ଚଲାଉଛନ୍ତି, ସେମାନେ ଅତି ସାବଧାନତାର ସହିତ ଗାଡି ଚଲାଇବାକୁ ପରାମର୍ଶ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.