ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା; ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ, ଦମ୍ପତିଙ୍କ ସମେତ ଗାଇଡ୍‌ଙ୍କୁ ଜେରା

(କେନ୍ୟୁଜ): ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ । କେମିତି ଓ କେଉଁ ପରିସ୍ଥିତିରେ ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହେଲା ? ପୁଟିନଙ୍କ ସମାଲୋଚକ ପାଭେଲ୍‌ଙ୍କର ଓ଼ଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ୍ୟୁ ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ । ପାଭେଲଙ୍କ ସହ ଆସିଥିବା ୨ ରୁଷ୍‌ ନାଗରିକ ତୁରୋଭ, ପାନାସେଙ୍କୋଙ୍କ ସମେତ ଦିଲ୍ଲୀରୁ ଆସିଥିବା ଗାଇଡ ଜିତେନ୍ଦ୍ର ସିଂଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇଛି ।

ଗତକାଲି ଭୁବନେଶ୍ୱରରେ ୩ ଜଣଙ୍କୁ ବହୁ ସମୟ ଧରି ପଚରାଉଚରା କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପଚରାଉଚରା କରିଥିଲେ । କେବେ ଓଡ଼ିଶା ଆସିଥିଲେ ? କେଉଁ କେଉଁ ସ୍ଥାନ ବୁଲାବୁଲି କରିଛନ୍ତି ? ଓଡ଼ିଶାରେ ଆଉ କେଉଁ ସ୍ଥାନ ବୁଲିବାର ଯୋଜନା ଥିଲା ? କେଉଁ ପରିସ୍ଥିତିରେ ହୋଟେଲରେ ପାଭେଲଙ୍କର ମୃତ୍ୟୁ ହେଲା ? ପାଭେଲ୍‌ ଦୁର୍ଘଟଣାବଶତଃ ଖସି ପଡିଥିଲେ ନା ଆତ୍ମହତ୍ୟା କରିଥିଲେ ? ନା ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ? ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ସବୁ ଦିଗକୁ ଦୃଷ୍ଟିରେ ରଖି ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । କୋଟିପତି ସାଂସଦ ପାଭେଲ ପୁଟିନଙ୍କ ସମାଲୋଚକ ଥିଲେ । ରୁଷର ଧନୀ ସାଂସଦଙ୍କ ଭିତରେ ସେ ଜଣେ । ରାୟଗଡ଼ାରେ ତାଙ୍କର ଏମିତି ଅସ୍ୱାଭାବିକ ମୃତ୍ୟୁକୁ ନେଇ ବିଶ୍ୱବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.