Below header

ଜାଣନ୍ତୁ କେମିତି ହୋଇଥାଏ ମତଗଣନା, EVM ଏବଂ VVPAT ରୁ କେଉଁ ପ୍ରକ୍ରିୟାରେ ହୋଇଥାଏ ଭୋଟ ଗଣତି

ଆଉ ମାତ୍ର କିଛି ଘଂଟାର ଅପେକ୍ଷା । ବାହାରିବ ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ରର ଫଳ । କିଏ ସମ୍ଭାଳିବ ଦେଶର ଶାସନଭାର ଆସନ୍ତାକାଲି ହୋଇଯିବ ସ୍ପଷ୍ଟ । ତେବେ ଇଭିଏମରୁ ହେଉଥିବା ଏହି ନିର୍ବାଚନରେ ମତଗଣନା କିଭଳି ପ୍ରକାରର ହେବ ? ତାହା ଉପରେ ରହିଛି ସମସ୍ତଙ୍କ ନଜର । କାରଣ ଏହାକୁ ନେଇ ଅନେକ ବିବାଦ କରିଛନ୍ତି ବିରୋଧୀ । ତେବେ ନଜର ପକାନ୍ତୁ ଏହି ପ୍ରକ୍ରିୟା ଉପରେ ।

ଇଭିଏମ ସହିତ ଭିଭିପାଟ ଯୋଡା ଯିବା ସହ ସେଥିରେ ସ୍ଲିପ ମିଶାଯାଇଥାଏ । ଚଳିତ ନିର୍ବାଚନରେ ଏହି ବ୍ୟବସ୍ଥା ପ୍ରଥମ ଥର ଲାଗୁ କରାଯାଇଛି । ଏହି ପ୍ରକ୍ରିୟା ଅନୁସାରେ, ସର୍ବ ପ୍ରଥମେ ଇଭିଏମର ସିୟୁ ବା ସେଂଟ୍ରାଲ ୟୁନିଟ୍ ର ରେଜଲ୍ଟ ବଟନରୁ ଭୋଟ୍ ଗଣତି ହେବ ।

ଏହା ପରେ ଭିଭିପାଟର ପରିଣାମ ସହ କଣ୍ଟ୍ରୋଲ୍ ୟୁନିଟରୁ ମିଳିଥିବା ସଂଖ୍ୟା ସହ ମିଶାଯିବ । ପିଜନ ହୋଲ ବକ୍ସର ସ୍ଲିପର ସଂଖ୍ୟା ସହ ମଧ୍ୟ ଭୋଟ୍ ସଂଖ୍ୟା ମିଶା ଯିବ । ଏହା ସେହି ସ୍ଲିପ୍ ଯାହା ଆପଣଙ୍କୁ ଭୋଟ ଦେବା ସମୟରେ ଇଭିଏମର ଡାହଣପଟରୁ ବାହାରୁଥିବା ଦେଖିଥିଲେ । ଏହି ସ୍ଲିପର ଗଣନା ମଧ୍ୟ ଭୋଟ୍ ଗଣତି ସହିତ ହୋଇଥିଲା ।

ତେବେ ଗତ ଥର ଇଭିଏମକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଏପରିକି ମାମଲା ସୁପ୍ରିମକୋର୍ଟ ପର‌୍ୟ୍ୟନ୍ତ ପହଂଚିଥିଲା । କୋର୍ଟ ନିଷ୍ପତି ପରେ ପ୍ରଥମ ଥର ୫ଟି ଭିଭିପାଟର ଭୋଟର ଗଣତିରେ ବ୍ୟବହାର କରାଯାଉଛି । ଯାହାଦ୍ୱାରା ଭୋଟ ଗଣତିରେ କୌଣସି ପ୍ରକାରର ହେରଫେର ହେବାର ଚାନ୍ସ ନାହିଁ । ତେଣୁ ମନେରଖନ୍ତୁ ଇଭିଏମରେ କଏଦ ଆପଣଙ୍କ ଭୋଟ ସମ୍ପୂର୍ଣ୍ଣ ସୁରକ୍ଷିତ ।
ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବା ଇଭିଏମ ମତଗଣନା ଦିନ ହିଁ ବାହାରକୁ ଅଣାଯାଇଥାଏ । ଏହାପରେ ମତଗଣନା କେନ୍ଦ୍ରଗୁଡିକରେ ଆରମ୍ଭ ହୋଇଥାଏ ଭୋଟ ଗଣତି । ସକାଳ ୮ଟାରୁ ଲୋକସଭାର ୫୪୩ ସିଟର ମତଗଣନା ଆରମ୍ଭ କରାଯିବ । ଏଠାରେ ରିଟର୍ଣ୍ଣିଂ ଅଫିସରଙ୍କ ବ୍ୟତୀତ ନିବାଚନରେ ଲଢୁଥିବା ପ୍ରାର୍ଥୀ, ଇଲେକ୍ସନ ଏଜେଂଟ, କାଉଣ୍ଟିଂ ଏଜେଂଟ ମଧ୍ୟ ରହିବେ । ଆଉ ଅଫିସିଆଲ କ୍ୟାମେରାରରେ ଏହାର ଭିଡିଓ ହେବ ।

ସର୍ବପ୍ରଥମେ ମତଗଣନା କେନ୍ଦ୍ରରେ ପୋଷ୍ଟାଲ ବାଲାଟ ଗଣାଯିବ । ଏହାର ଅଧ ଘଂଟା ଭିତରେ ଇଭିଏମ ଖୋଲା ଆରମ୍ଭ ହୋଇଥାଏ । ଏବେ ପୋଷ୍ଟାଲ ବାଲାଟ ମଧ୍ୟ ଇଭିଏମ ସହିତ କାଉଣ୍ଟିଂ ଟେବୁଲକୁ ଅଣାଯାଇଥାଏ। ତେବେ ଗୋଟିଏ ଥରରେ ସର୍ବଧିକ ୧୪ଟି ଇଭିଏମର ଗଣତି କରାଯାଇଥାଏ ।

ଏହିଠାରୁ ଆରମ୍ଭ ହୋଇଥାଏ ମତଗଣନା କେନ୍ଦ୍ରରେ ନିୟୋଜିତ ପର‌୍ୟ୍ୟବେକ୍ଷଙ୍କ ମୁଖ୍ୟ କାମ ମଧ୍ୟ । ସେ ସର୍ବପ୍ରଥମେ ଇଭିଏମ ମେସିନରେ କୌଣସି ପ୍ରକାରର ତ୍ରୁଟି ଅଛି କି ନାହିଁ ତାର ସୁରକ୍ଷା ଯାଂଚ କରନ୍ତି । ବଟନ ଦବାଇ ଭୋଟ ଗଣତି କରିବାର କାମ ନିର୍ବାଚନ ଅଧିକାରୀଙ୍କର ହୋଇଥାଏ ।

ଏହାପରେ ଇଭିଏମର କଂଟ୍ରୋଲ ୟୁନିଟର ରେଜଲ୍ଟ ବଟନ ଦବାଇ ଦ୍ୱାରା ହିଁ ମୋଟ ଭୋଟ ବିଷୟରେ ଜଣାପଡିଥାଏ । ଏହା ସହ ଏକଥା ମଧ୍ୟ ଜଣାପଡିଥାଏ କେଉଁ ପ୍ରାର୍ଥୀକୁ କେତେ ଭୋଟ ମିଳିଛି । ଏହା ପରେ ୫ଟି ଭିଭିପାଟ ସହ ଭୋଟଗୁଡିକର ଗଣତି ମିଳାଯାଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟକୁ ପଠାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.