ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ସନ୍ତୁଳି ହେଉଛି ସାରା ଓଡ଼ିଶା, ଆଗକୁ ଆହୁରି ବଢିବ ତାତି

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ୨୪ ଆହୁରି ବଢିବ ତାତି । ୪୨ ଡିଗ୍ରୀ ଉପରେ ରହିଛି ୧୦ଟି ସହରର ତାପମାତ୍ରା । ଗତକାଲି ୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ଥିଲା । ୨୪ତାରିଖରୁ ସ୍ଥିତି ଅସମ୍ଭାଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷକରି ଆହୁରି ଜଳିବ ପଶ୍ଚିମ ଓଡ଼ିଶା । ୨୩ ତାରିଖ ପର‌୍ୟ୍ୟନ୍ତ ୬ଟି ଜିଲ୍ଲା ପାଇଁ ହିଟୱେଭ ସତର୍କତା ଜାରି କରାଯାଇଛି । ଏଥିସହ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

ସେହିପରି ଖରାରେ ଅସ୍ତବ୍ୟସ୍ତ ସୁବର୍ଣ୍ଣପୁର ସହର। ୪୪ ଡିଗ୍ରୀ ଉପରେ ରହୁଛି ଜିଲ୍ଲାର ତାପମାତ୍ରା। ଦିନକୁ ଦିନ ବଢିଚାଲିଥିବା ତାପମାତ୍ରା ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଲୋକଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ବିଶେଷକରି ବୁଣାକାର ସଂପ୍ରଦାୟର ଲୋକ କାମ କରିପାରୁନାହାଁନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.