ଲୋକସଭା ନିର୍ବାଚନ ରେଜଲ୍ଟ ପରେ ଏହି ସବୁ ବ୍ୟାଙ୍କ୍ ର ହୋଇପାରେ ବିଲୟ, ଆପଣଙ୍କ ଉପରେ ବି ପଡିବ ପ୍ରଭାବ

ଆଉ ମାତ୍ର କିଛି ଘଂଟାର ଅପେକ୍ଷା । ବାହାରିବ ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ରର ଫଳ । କିଏ ସମ୍ଭାଳିବ ଦେଶର ଶାସନଭାର ଆସନ୍ତାକାଲି ହୋଇଯିବ ସ୍ପଷ୍ଟ । ତେବେ ନୂଆ ସରକାର ହେବା ପରେ ଦେଶର ବ୍ୟାଙ୍କିଙ୍ଗ୍ ସେକ୍ଟରରେ ହୋଇପାରେ ଏକ ବଡ଼ ପରିବର୍ତ୍ତନ । ନୂଆ ସରକାରଙ୍କ ତିନି ମାସ ମଧ୍ୟରେ ଦେଶର ୪ ଟି ବଡ଼ ବ୍ୟାଙ୍କର ହୋଇପାରେ ବିଲୟ । ଆସନ୍ତୁ କେଉଁ ଏହି ବ୍ୟାଙ୍କ ବିଷୟରେ ଏବଂ ଆପଣଙ୍କ ଉପରେ କି ପ୍ରଭାବ ପଡିବ ।

ନୂଆ ସରକାର ଆସିଲେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ଓରିଏଣ୍ଟାଲ୍ ବ୍ୟାଙ୍କ୍ ଅଫ୍ କମର୍ସ, ଆନ୍ଧ୍ରା ବ୍ୟାଙ୍କ୍ ଏବଂ ଅଲ୍ଲାହାବାଦ ବ୍ୟାଙ୍କକୁ ମିଶାଇପାରେ । ଯାହା ଦ୍ବାରା ଚାରିଟି ଯାକ ବ୍ୟାଙ୍କର ଗ୍ରାହକଙ୍କ ଉପରେ ସିଧା ପ୍ରଭାବ ପଡିପାରେ । ଏହି ମିଶ୍ରଣ ପ୍ରକ୍ରିୟା ଆସନ୍ତା ତିନି ମାସ ମଧ୍ୟରେ ପୁରା ହୋଇଯିବ । ଏବେ ଆପଣ ଭାବୁଥିବେ ପିଏନବି, ଆଲ୍ଲାହାବାଦ, ଓବିସି ଏବଂ ଆନ୍ଧ୍ରାବ୍ୟାଙ୍କରେ ଆପଣଙ୍କ ଆକାଉଂଟ ଥିଲେ ଏହି ମିଶ୍ରଣ ଦ୍ବାରା କି ପ୍ରକାର ପ୍ରଭାବ ପଡିବ ।

ତେବେ ଏହା ଦ୍ବାରା ଆପଣଙ୍କ ଖାତା ଉପରେ କୌଣସି ପ୍ରକାର ପ୍ରଭାବ ପଡିବନି । ଏହି ମିଶ୍ରଣ ପରେ ନୂଆ ପାସବୁକ୍ ଏବଂ ଚେକବୁକ୍ ଆଦି ତିଆରି କରିବାକୁ ପଡିବ । ଏଟିଏମ୍ ଏବଂ ପାସବୁକ୍ ନୂଆ କରି ଅପଡେଟ୍ ହେବ । ଯଦି ଏହି ବ୍ୟାଙ୍କରୁ ଲୋନ୍ ନେଇଛନ୍ତି ତେବେ ଇଏମଆଇ ପୂର୍ବ ପରି ଜାରି ରହିବ ।

ଏହା ପୂର୍ବରୁ ବ୍ୟାଙ୍କ୍ ବଡୋଦା, ବିଜୟା ବ୍ୟାଙ୍କ୍ ଏବଂ ଡେନା ବ୍ୟାଙ୍କର ମିଶ୍ରଣ ହୋଇଥିଲା । ଏହି ମିଶ୍ରଣ ଦ୍ବାରା ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ୍ ଅସ୍ତିତ୍ବକୁ ଆସିଥିଲା । ସେହିପରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ୫ ସହଯୋଗୀ ବ୍ୟାଙ୍କ୍ ମର୍ଜ ହୋଇଥିଲା ।

କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ଯେତିକି କମ୍ ବ୍ୟାଙ୍କ୍ ରହିବ ସେତିକି ଭଲ କାମ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.