Below header

ବ୍ରିଟେନ୍‌ରୁ ମିଳିଲା କରୋନା ନୂଆ ଷ୍ଟ୍ରେନ୍‌ P1 , ଭାରତରେ ୩୩ % ବେଗରେ ବଢ଼ୁଛି ନୂଆ ଷ୍ଟ୍ରେନ୍‌

ନୂଆଦିଲ୍ଲୀ : ଏକ ପକ୍ଷରେ କରୋନା ସଂକ୍ରମଣ କମି ନଥିବା ବେଳେ ଏପଟେ କରୋନାର ନୂଆ ଷ୍ଟ୍ରେନ ବିକଶିତ ହେବା ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଛି । ନିକଟରେ ବ୍ରାଜିଲ୍‌ରେ କରୋନା ଭାଇରସ୍‌ ର ୨ ନୂଆ ଷ୍ଟ୍ରେନ୍‌ ମିଳିଥିଲା । ଯାହାକି ଏବେ ବ୍ରିଟେନ୍‌ରେ ମଧ୍ୟ ପହଞ୍ଚିଗଲାଣି । ସୂଚନାନୁଯାୟୀ ବ୍ରିଟେନ୍‌ରେ ଏହି ନୂଆ ଷ୍ଟ୍ରେନ୍‌ ଏବେ ୬ ଜଣଙ୍କ ମଧ୍ୟରେ ମିଳିଛି । ସେଥିରୁ ୩ ଜଣ ସ୍କଟଲାଣ୍ଡ ଓ ୩ ଜଣ ଇଂଲଣ୍ଡର ବୋଲି ଜଣାପଡ଼ିଛି ।

corona
photo credit: punjabkesari.in

କେତେ ମାରାତ୍ମକ ନୂଆ ଷ୍ଟ୍ରେନ୍‌

କରୋନାର ଏହି ଦୁଇ ନୂଆ ଷ୍ଟ୍ରେନ୍‌ P1 ଓ P2 ପ୍ରଥମେ ଜାପାନରେ ମିଳିଥିଲା । ଜାନୁଆରୀ ପରେ ଏହି ଷ୍ଟ୍ରେନ ବହୁତ ଜୋରରେ ବଢ଼ିଲା । କିଛି ଲୋକ ତ P1 ଷ୍ଟ୍ରେନ ସଂକ୍ରମଣ ରୁ ଭଲ ହୋଇ ବି ପୁଣି ଥରେ ସଂକ୍ରମଣ ହେବାର ଦେଖାଯାଇଥିଲା । ଗବେଷକଙ୍କ ମତରେ ଏହି ଷ୍ଟ୍ରେନ୍‌ B118 ଭଳି ସଂକ୍ରାମକ । ଗବେଷକଙ୍କ ମତରେ ସଦ୍ୟ ଟିକା ଏହି ଷ୍ଟ୍ରେନ୍‌ ଉପରେ କାମ କରିବ ନାହିଁ ।

corona
photo credit: punjabkesari.in

ଏହା ବାରମ୍ବାର ମ୍ୟୁଟେସନ୍‌ କରୁଥିବାରୁ ବହୁତ ମାରାତ୍ମକ ହୋଇଥାଏ । P1 ର ଏହି 3 ଷ୍ଟ୍ରେନ୍‌ K417T, E484K ଓ N501Y ସବୁଠାରୁ ବଡ଼ ଭୟଙ୍କର । ଯାହାକି ଟିକା ଠାରୁ ନିଜକୁ ବଞ୍ଚାଇ ପାରେ ବୋଲି ଗବେଷକମାନେ କହିଛନ୍ତି । ତେବେ ଭାରତରେ ନୂଆ ଷ୍ଟ୍ରେନ N440K ମିଳିଛି । ଏହି ସଂକ୍ରମଣରୁ ଲୋକେ ଠିକ୍‌ ହେଲା ପରେ ବି ପୁଣି ଥରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି ।

ଏକ ଗବେଷଣା ଅନୁଯାୟୀ ଭାରତରେ ଏହି ନୂଆ ଷ୍ଟ୍ରେନ୍‌ N440K ଭାରତରେ ୩୩ % ବେଗରେ ବଢ଼ୁଥିବା ଜଣାଯାଇଛି । ସାରା ବିଶ୍ୱରେ ପ୍ରାୟ ୧୮୦ ଜଣ ଲୋକ ଏହି ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.