ଭଗବାନ ଶିବଙ୍କ ସ୍ୱରୂପ ଅନ୍ୟ ଦେବତାଙ୍କ ଠାରୁ ଭିନ୍ନ କାହିଁକି, ଜାଣନ୍ତୁ ଏ ସମ୍ପର୍କରେ କିଛି ଖାସ୍‌ କଥା

ସବୁ ଦେବ ଦେବୀଙ୍କ ତୁଳନାରେ ଭଗବାନ ଶିବଙ୍କ ସ୍ୱରୂପ ଟିକିଏ ଭିନ୍ନ । ସନାତନ ଧର୍ମରେ ଭଗବାନ ଶିବଙ୍କୁ ସଂହାର ଦେବତା ବୋଲି କୁହାଯାଏ । ଅତ୍ୟନ୍ତ ଭୋଳା ହେବା କାରଣରୁ ତାଙ୍କର ନାମ ଭୋଳାନାଥ ମଧ୍ୟ । ସେଇଥିପାଇଁ ବୋଧହୁଏ ଭଗବାନ ଶିବଙ୍କର ସ୍ୱରୁପ ଟିକିଏ ଭିନ୍ନ । ଅନ୍ୟ ଦେବତା ନିଜର ଆଭୂଷଣ ଓ ବସ୍ତ୍ରାଦିରେ ବେଶ୍‌ ଚାକଚକ୍ୟ ଥିଲାବେଳେ ଭୋଳାନାଥ କିନ୍ତୁ ନା ଆଭୂଷଣ ପିନ୍ଧନ୍ତି ନା ବସ୍ତ୍ର । ପୁରା ଶରୀରରେ ବୋଳନ୍ତି ଭଷ୍ମ ଓ ଗଳାରେ ଧାରଣ କରନ୍ତି ସର୍ପ । ଏହାର କାରଣ ବିଷୟରେ ହୁଏତ ଆପଣ ଜାଣି ନଥିବେ । ଆସନ୍ତୁ ଜାଣିବା ଭଗବାନ ଶିବଙ୍କ ବେଶ ସମ୍ପର୍କିର ଏହି ରହସ୍ୟ ସମ୍ପର୍କରେ ।

ଭସ୍ମ :

ପୂରାଣ ତଥ୍ୟ ଅନୁଯାୟୀ ଭଗବାନ ଶିବ ସବୁ ଆକର୍ଷଣର ଉର୍ଦ୍ଧ୍ୱରେ । ତାଙ୍କୁ ସଂସାରର ସବୁ ମୋହ ମାୟା ଯେମିତି ପାଉଁଶ ସଦୃଶ ଲାଗିଥାଏ । ସେଥିପାଇଁ ସେ ଶରୀରରେ ଭସ୍ମ ଲଗାଇଥାନ୍ତି । କୁହାଯାଏ ଭସ୍ମ ଅଭିଷେକ ଦ୍ୱାରା ବୈରାଗ ଓ ଜ୍ଞାନ ପ୍ରାପ୍ତ ହୋଇଥାଏ ।

ଗଳାରେ ସର୍ପ :

ଭଗବାନ ଶିବ ଗଳାରେ ସର୍ପ ଧାରଣ କରିଥାନ୍ତି । ଗଳାରେ ଧାରଣ କରୁଥିବା ନାଗ ହେଉଛନ୍ତି ନାଗରାଜ ବାସୁକୀ ଯେ କି ଋଷି କଶ୍ୟପଙ୍କ ଦ୍ୱିତୀୟ ପୁତ୍ର । ସେ ମଧ୍ୟ ଭଗବାନ ଶିବଙ୍କ ପରମ ଭକ୍ତ ।

ମଥାରେ ଚନ୍ଦ୍ରମା :

କୁହାଯାଏ ମହାରାଜ ଦକ୍ଷ ଚନ୍ଦ୍ରମାଙ୍କୁ କ୍ଷୟ ରୋଗରେ ଗ୍ରାସିତ ହେବାକୁ ଅଭିଶାପ ଦେଲେ, ଚନ୍ଦ୍ରମା ଏଥିରୁ ବଞ୍ଚିବା ପାଇଁ ଭଗବାନ ଶିବଙ୍କ ଶରାଣାପନ୍ନ ହେଲେ । ଚନ୍ଦ୍ରମାଙ୍କ ପୂଜା ପାଠରେ ଶିବ ସନ୍ତୋଷ ହୋଇ ଚନ୍ଦ୍ରମାଙ୍କୁ ମସ୍ତକରେ ଧାରଣ କଲେ ଓ ତାଙ୍କର ପ୍ରାଣ ରକ୍ଷା କଲେ । ଚନ୍ଦ୍ରମାଙ୍କର ପ୍ରାଣ ରକ୍ଷା ସିନା ହେଲା ହେଲେ ଆଜି ବି ତାଙ୍କର କ୍ଷୟ ହେବା ଓ ବଢ଼ିବା ମହାରାଜ ଦକ୍ଷଙ୍କ ଅଭିଶାପ ବୋଲି ମନାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.