ନିଜ ଗୋଡ଼ରେ ସିଗାରେଟ ଧରି ଫୁଙ୍କ ମାରୁଛି କଙ୍କଡା, ଏହି ଦୃଶ୍ୟ ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି

ସୋସିଆଲ ମିଡିଆରେ ଆମେ ଅନେକ ସମୟରେ ଅଜବ ପ୍ରକାରର ଭିଡିଓ ଭାଇରାଲ ହୋଇଥିବାର ଦେଖିଥାଉ । ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ ନଚେତ ଆମକୁ କିଛି ଶିଖାଇଥାଏ । ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ କଙ୍କଡା ସିଗାରେଟ୍ ଟାଣୁଥିବାର ଦେଖିବାକୁ ମିଳିଛି ।
ଏହି ଭିଡିଓରେ ଆପଣ କଙ୍କଡାକୁ ନିଜ ଗୋଡ଼ରେ ସିଗାରେଟ୍ ଧରିଥିବାର ଦେଖିପାରିବେ । ସିଗାରେଟ୍ ଅଧାରୁ ଅଧିକ ଶେଷ ହୋଇଯାଇଛି । କିଛି ମିନିଟ୍ ମଧ୍ୟରେ କଙ୍କଡ଼ାଟି ସିଗାରେଟ୍ ଧରି ଦୌଡ଼ି ପଳାଇବା ଆରମ୍ଭ କରିଛି । ଆଉ ରହି ରହି ସିଗାରେଟ ଟାଣୁଛି ।
Cancer taking a cancerous puff 😳😳
This is like a bad dream. Our wastage being picked by crab. We can spoil any ecosystem with our attitude…. pic.twitter.com/HOhowVPgyM— Susanta Nanda IFS (@susantananda3) September 20, 2020
ସମୁଦ୍ର କୂଳରେ ବୁଲୁଥିବା କିଛି ଲୋକ ଏହି ଭିଡିଓକୁ ସୁଟ୍ କରିଛନ୍ତି । ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓ ସେୟାର କରିବା ସହ ସେ କ୍ୟାପସନରେ ଲେଖିଛନ୍ତି, ‘କର୍କଟ, କର୍କଟ ପଫ ନେଉଛି, ଏହା ଏକ ଦୁଃସ୍ବପ୍ନ ଭଳି, ଆମେ ଏହି ଇକୋ ସିଷ୍ଟମକୁ ନଷ୍ଟ କରୁଛୁ’ ।