Below header

ଭଦ୍ରକ: ପୂର୍ବ ଶତୃତାକୁ କେନ୍ଦ୍ରକରି ହଣା କଟା, ଗୋଟିଏ ପରିବାରର ୬ ଗୁରୁତର

ଚାନ୍ଦବାଲି(କେନ୍ୟୁଜ୍): ପୂର୍ବ ଶତୃତାକୁ କେନ୍ଦ୍ରକରି  ହଣା କଟା । ଏଭଳି ଘଟଣା  ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ତାଳପଦା ଗାଁରେ ।   ଏହି ଗଣ୍ଡଗୋଳରେ ଗୋଟିଏ ପରିବାରର ୬ଜଣ ଗୁରୁତର ହୋଇଥିବା ବେଳେ ହଣା କଟା ଅଭିଯୋଗରେ ତିହିଡି ପୋଲିସ ୪ଜଣକୁ  ଅଟକ ରଖିଛି ପୋଲିସ । ତିହିଡି ଥାନାରେ ରତିକାନ୍ତ ଜେନା କରିଥିବା ଅଭିଯୋଗ ମୁତାବକ ରତିକାନ୍ତ ଜେନା ଓ ସେହି ଗାଁର ଶଖା ଜେନାଙ୍କ ଭିତରେ ପୂର୍ବରୁ ଶତୃତା ଥିଲା । ହେଲେ ଏହି ଶତୃତା ବଢି ବଢି ଗତକାଲି ବିଳମ୍ବିତ ରାତିରେ ଗଣ୍ଡଗୋଳର ରୂପ ନେଇଥିଲା ।

ଖଣା ଜେନା ଓ ତାର ଜ୍ୱାଇଁ ରତିକାନ୍ତଙ୍କ ପରିବାର ନାଁ ଧରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ବିରୋଧ କରିବାରୁ ଖଣା ଜେନା ଓ ତାର ସହେଯାଗୀ ଖଣ୍ଡା , ଭୁଜାଲି ଓ ବାଡିରେ ଆକ୍ରମଣ କରି ରତିକାନ୍ତ ଜେନାଙ୍କ ପରିବାରର ଜଣକୁ ଗୁରୁତର କରିଥିଲେ । ତେବେ ୩ଜଣ କଟକ ମେଡିକାଲ ସ୍ଥାନାନ୍ତରିତ ହୋଇଥିବା ବେଳେ ୩ ଜଣ ଭଦ୍ରକରେ ଚିକିତ୍ସିତ ହେଉଛନ୍ତି । ତେବେ ଭୂଜାଲିରେ ଆକ୍ରମଣ ଅଭିଯୋଗରେ ୪ଜଣକୁ ଅଟକ ରଖିଛି  ତିହିଡି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.