ବାଇକ ଚାଳକ ବନିଲେ ସୁପରମ୍ୟାନ, ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଜୀବନ; ଦେଖନ୍ତୁ ଭିଡିଓ

ରାସ୍ତାରେ ଗଲାବେଳେ ଆମେ ବିଭିନ୍ନ ପ୍ରକାରର ର୍ଦୁଘଟଣା ଦେଖିଥାଉ । ଅନେକ ସମୟରେ ରାସ୍ତାରେ ଅନ୍ୟ ଲୋକଙ୍କୁ ଅସୁବିଧାରେ ପଡିଥିବାର ଦେଖିଥାଉ କିନ୍ତୁ ଶହେର ୁ ଜଣେ ଦୁଇ ଜଣ ପରକୁ ସାହାଯ୍ୟ କରିବା ପାଇଁ ଆଗେଇଥାନ୍ତି । ଏହି ସମୟରେ ଯଦି କୌଣସି ବ୍ୟକ୍ତି ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଅପଲୋଡ କରିଦେଲେ ତାହା ରାତାରାତି ଭାଇରାଲ ହୋଇଯାଏ । ଏହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓରେ ଏକ ବାଇକ ଚାଳକର ବାହାଦୁରି ଓ ମଣିଷତ୍ତ୍ୱର ଉଦାହାରଣ ଦେଖିବାକୁ ମିଳୁଛି ।

ଜଣେ ବାଇକ ଚାଳକ ଗାଡି ଚଲାଇ ରାସ୍ତାରେ ଯାଉଥିବା ସମୟରେ ନିଜ ଜୀବନକୁ ବାଜି ଲଗାଇ ଏକ ଛୋଟ ଶିଶୁର ଜୀବନ ବଞ୍ଚାଇ ଏକ ମହାନ କାମ କରିଛନ୍ତି । ଏହି ଭିଡିଓରେ ଏକ ଫାଙ୍କା ରାସ୍ତା ଦେଖାଯାଉଛି , କିଛି ସମୟ ପରେ ଜଣେ ବାଇକ ଚାଳକ ସେହି ରାସ୍ତା ଦେଇ ଅତିକ୍ରମ କରୁଛନ୍ତି । ରାସ୍ତାଟି ଗଡାଣିଆ ହୋଇଥିବାରୁ ବାଇକ ଚାଳକ ଜଣକୁ ବାଇକଟିକୁ ଦ୍ରୁତ ଗତିରେ ସେହି ରାସ୍ତାରେ ଚଲାଇ ଅତିକ୍ରମ କରୁଛନ୍ତି । ଏହି ସମୟରେ ହଠାତ୍‌ ଏକ କୁନି ଶିଶୁ ନିଜ ଖେଳଣା ଗାଡି ସହିତ ସେହି ଗଡାଣିଆ ରାସ୍ତା ଦେଇ ତଳକୁ ଖସି ଯାଉଛି । ଏହି ସମୟରେ ସେହି ବାଇକରଙ୍କର ଆଖି ସେହି ଶିଶୁଟି ଉପରେ ପଡୁଛି ଏବଂ ହଠାତ୍‌ ସେ ନିଜ ଚଳନ୍ତା ବାଇକରୁ ଡେଇଁ ସୁପରମ୍ୟାନ ପରି ଦୌଡି ଯାଇ ପିଲାଟିକୁ ପଡିବାରୁ ରକ୍ଷା କରୁଛନ୍ତି । ଏହି ସମୟରେ ଶିଶୁଟିର ମା ମଧ୍ୟ ତା ପଛରେ ଧାଇଁ ଆସି ବାଇକ ଚାଳକଙ୍କ ଠାରୁ ତାଙ୍କ ପିଲାକୁ ନେଇ ତାକୁ କୁଣ୍ଢେଇ ନେଉଛନ୍ତି ।

ଏହି ଘଟଣାଟି କୋଲାମ୍ବିଆ ସହର ଫ୍ଲୋରେନ୍ସିଆ ର ରିନକୋନ ଡେ ଲା ଏଷ୍ଟ୍ରୋଲା ଅଞ୍ଚଳରେ ସେପେଟ୍ଵର ୧୪ ରେ ଘଟିଥିଲା ।ଏହି ସମ୍ପୂର୍ଣ୍ଣ ଘଟଣା ଘଟୁଥିବା ସମୟରେ ସେଠାରେ ଥିବା ଏକ ସିସିଟିଭି କ୍ୟାମେରାରେ ଏହା ସୁଟ ହୋଇଯାଇଥିଲା ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଏହି ଭିଡିଓ ଦେଖି ଦର୍ଶକ ସେହି ବ୍ୟକ୍ତି ଜଣଙ୍କର ଖୁବ ପ୍ରଶଂସା କରିଛନ୍ତି । ଏକ ଅଜଣା ଶିଶୁକୁ ବଞ୍ଚାଇବା ପାଇଁ ବାଇକରଙ୍କର ଏହି ବାହାଦୁରି ସତରେ ପ୍ରଶଂସନୀୟ । ଆପଣ ମଧ୍ୟ ଏହି ବ୍ୟକ୍ତିଙ୍କ ଭଳି ରାସ୍ତାରେ ଅସୁବିଧା ରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇଯାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.