Below header

ଚୀନର ଅଦ୍ଭୁତ ନିୟମ: କେଉଁଠି ମଲ୍‌ରେ ବିକ୍ରି ହେଉଛି କୁମ୍ଭୀର, ସାର୍କ ତ ଆଉ କେଉଁଠି ମିଳୁଛି ଜୀବନ୍ତ କଙ୍କଡା

ଚୀନ ବିଷୟରେ ଜାଣିବା ଦୁନିଆ ପାଇଁ ସବୁବେଳେ ରହସ୍ୟ ହୋଇ ରହିଥାଏ। ଏହି ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ ଥରହର କରିଛି। ଚୀନ ସରକାର ଏମିତି କିଛି କଡ଼ା ନିୟମ ରଖିଛନ୍ତି ଯେ, କେବଳ ସରକାର ଯେତିକି ଚାହିଁବେ କେବଳ ସେତିକି ତଥ୍ୟ ବାହାରକୁ ଆସିପାରିବ। ଏହି କାରଣରୁ ଉହାନ ଲ୍ୟାବରେ ଆରମ୍ଭ ହୋଇଥିବା କରୋନା ବିଷୟରେ ସମଗ୍ର ଦୁନିଆ ଜାଣିବା ବେଳେ ବହୁତ ବିଳମ୍ବ ହୋଇଯାଇଥିଲା। ଏହି କରୋନା ଭାଇରସ ଯୋଗୁଁ କେତେ ଯେ ଲୋକଙ୍କ ଜୀବନ ଚାଲିଯାଇଛି, କାହାର ଘର ସଂସାର ଭାଙ୍ଗିଯାଇଛି। ତାହା ଅକଥନୀୟ।

କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ହେଉଛି ଚୀନ୍‌ର ବୁହାନ୍‌ ସହର । ହେଲେ ଆପଣମାନେ ଟିକେ ଭଲ ଭାବେ ଚିନ୍ତା କଲେ ଜାଣି ପାରିବେ ଯେ ଏହି ସମୟ ଭିତରେ ଅନେକ ସମାଲୋଚନାର ଶିକାର ହୋଇଥିବା ଚୀନ୍‌ କିନ୍ତୁ କରୋନା ଉପରେ କାବୁ ପାଇବାରେ ସକ୍ଷମ ହୋଇଛି । ଯେଉଁ ବିଶୃଙ୍ଖଳିତ ଖାଦ୍ୟପେୟ ଯୋଗୁଁ ଏହି ରୋଗକୁ ଚୀନ୍‌ ଡାକି ଆଣିଥିଲା ଠିକ୍‌ ଏହାର ବିପରୀତ ଭାବେ ଲୋକଙ୍କ ଜୀବନଧାରାକୁ ଶୃଙ୍ଖଳିତ କରି କଡ଼ା ନିୟମ ଭିତରେ ରଖି ଆଜି କରୋନା ବିପକ୍ଷରେ ଜିତି ପାରିଛି କହିଲେ ଭୁଲ ହେବ ନାହିଁ । ଏମିତିରେ ଚୀନରେ କିଛି ଟ୍ରେଣ୍ଡ ରହିଛି, ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣନ୍ତି।

ଚୀନରେ ଲୋକଙ୍କ ଉପରେ କାମ କରିବାର ଚାପ ଏତେ ଅଧିକ ରହିଥାଏ ଯେ, ସେଠାରେ ଅଫିସରେ କାମ କରୁଥିବା ଅନେକ ଲୋକ ଆତ୍ମହତ୍ୟା କରିନିଅନ୍ତି। ଏହି ସମସ୍ୟାକୁ ଦେଖି ଚୀନରେ କମ୍ପାନୀ କର୍ମଚାରୀଙ୍କୁ ଆତ୍ମହତ୍ୟା କରିବାକୁ ରକ୍ଷା କରିବା ପାଇଁ ବଡ ବିଲିଡିଂ ବାହାରେ ଜାଲ ଲଗାଯାଇଥାଏ।

ଚୀନରେ ଅଫିସରେ ଲୋକଙ୍କ ଉପରେ କାମର ଚାପ ହେତୁ ଲୋକେ ଶାନ୍ତିରେ ଶୋଇପାରନ୍ତି ନାହିଁ। ତେଣୁ ଅଫିସରେ ଘୁମାଉଥିବା ନଜର ଆସନ୍ତି।

car china
PC: Zee News

ଚୀନରେ ଟ୍ରାଫିକ ଜାମ୍‌ ବଡ ସମସ୍ୟା ହୋଇଥାଏ। ଏମିତିରେ ଯଦି କେହି ଅଫିସ ଯିବା ସମୟରେ ଲମ୍ବା ଟ୍ରାଫିକରେ ଫସିଯାଏ, ତେବେ ଅଫିସ କଲ୍‌ କରିଥାଏ। ଆଉ ଅଫିସରୁ ୨ ଜଣ ଲୋକ ଆସନ୍ତି। ଜଣେ ଆପଣଙ୍କୁ ବାଇକ୍‌ରେ ଅଫିସ ନେବା ସହିତ ଆଉ ଜଣେ ଆପଣଙ୍କ ଗାଡିକୁ ଜାମ୍‌ ହଟିବା ପରେ ନେଇ ଅଫିସରେ ରଖିଥାଏ।

ଚୀନର ଅଦ୍ଭୁତ ଖାଦ୍ୟପେୟ ବିଷୟରେ ନିଶ୍ଚିତ ଜାଣିଥିବେ। ଏମିତିରେ ବଜାରରେ ଏମିତି କିଛି ଜିନିଷ ବିକ୍ରି ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟକର। ଚୀନରେ କେଞ୍ଚୁଆ, ପୋକ ଜୋକ ବଜାରରେ ମିଳିଥାଏ। କିନ୍ତୁ ସପିଂ ମଲରେ କୁମ୍ଭୀର ଏବଂ ସାର୍କ ବିକ୍ରି ହେଉଥିବା ହୁଏତ ଆପଣ ଜାଣିନଥିବେ।

ସେହିପରି ଚୀନରେ କଙ୍କଡା ଖାଇବା ସାଧାରଣ କଥା। ଏମିତିରେ ଚୀନରେ ଜୀବନ୍ତ କଙ୍କଡାକୁ ଆରାମରେ କିଣି ଘରୁକୁ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.