Below header

ରକ୍ତଚରିତ୍ର ଗ୍ୟାଙ୍ଗର ୫ ସଦସ୍ୟଙ୍କ ସରିଛି ୨ଦିନିଆ ରିମାଣ୍ଡ, ବହୁ ତଥ୍ୟ ଉଗାରିଛି ନୟାପଲ୍ଲୀ ଥାନା ପୋଲିସ୍

ଭୁବନେଶ୍ବର(କେନ୍ଯୁଜ୍): ରକ୍ତଚରିତ୍ର ଗ୍ୟାଙ୍ଗର ୫ ସଦସ୍ୟଙ୍କ ୨ଦିନିଆ ରିମାଣ୍ଡ ସରିଛି। ମାରାଥନ ଜେରାରେ ସେମାନଙ୍କ ଠାରୁ ବହୁ ତଥ୍ୟ ଉଗାରିଛି ନୟାପଲ୍ଲୀ ଥାନା ପୋଲିସ । ରାଜଧାନୀରେ ପତିଆରା ଜାହିର କରିବାକୁ ଟାଉନ ଟାଇଗର ନାଁରେ ଆଉ ଏକ ହ୍ଵାଟ୍‌ସଆପ୍‌ ଗ୍ରୁପ ଗଢାଯାଇଥିଲା। ସନିଆ ଓରଫ ସନାତନ ବେହେରା ଥିଲା ଏହି ଗ୍ରୁପର ଆଡମିନ।

ଗ୍ରୁପରେ ଥିଲେ ୨୯ଜଣ ସଦସ୍ୟ। ଏହି ଗ୍ରୁପ ବାବଦରେ ପୋଲିସ ଖବର ପାଇବା ପରେ ଗ୍ୟାଙ୍ଗର ସଦସ୍ୟମାନେ ଏଥିରୁ ଓହରିବାରେ ଲାଗିଛନ୍ତି। ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି କୁହାଯାଇଛି। ଗ୍ରୁପରୁ ଲେଫ୍‌ଟ ହେଉଥିବା ସଦସ୍ୟଙ୍କ ଲିଷ୍ଟ ପୋଲିସ ତିଆରି କରିଥିବା ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.