ବକ୍ସ ଅଫିସରେ ‘ସୂର୍ଯ୍ୟବଂଶୀ’ର ଜଲଓ୍ଵା, ୧୦ ଦିନରେ ପାର କଲା ୧୫୦ କୋଟି

ଭାରତରେ ୧୫୦ କୋଟି ବକ୍ସ ଅଫିସ କଲେକ୍‌ସନ କଲା ସୂର୍ଯ୍ୟବଂଶୀ। ବକ୍ସ ଅଫିସରେ ୨ ସପ୍ତାହ ପୂରଣ କରିଛି ସୂର୍ଯ୍ୟବଂଶୀ। ଗତକାଲି ୧୦କୋଟି ଟଙ୍କା ରୋଜଗାର କରିବା ପରେ କେବଳ ଦେଶ ମଧ୍ୟରେ ଏହାର ରୋଜଗାର ୧୫୦ କୋଟି ପାର କରିଛି। କେବଳ ରବିବାରରେ ବକ୍ସ ଅଫିସରେ ୪୦ ପ୍ରତିଶତ ଅର୍ଥ ରୋଜଗାର ଯାହା ପ୍ରାୟ ୧୪ କୋଟି ଟଙ୍କାର କଲେକ୍‌ସନ ହୋଇଛି। ରବିବାରରେ ପ୍ରବଳ ସଂଖ୍ୟାରେ ଦର୍ଶକ ସିନେମା ଦେଖିବାକୁ ଯାଇଥିଲେ । ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଏହା ପୋଲିସ ଭିତ୍ତିକ ୪ର୍ଥ ଫିଲ୍ମ। କୋଭିଡ ପରିସ୍ଥିତିରେ ସୁଧାର ଆସିବା ପରେ ନିର୍ଦ୍ଧାରିତ ସମୟର ଦେଢ ବର୍ଷ ପରେ ରିଲିଜ ହୋଇଛି ସୂର୍ଯ୍ୟବଂଶୀ। କୋଭିଡ ପରେ ଏହା ବକ୍ସ ଅଫିସରେ ବଡ଼ ହିଟ୍‌ ଫିଲ୍ମ।

ଏହି ଫିଲ୍ମଟି ଆସନ୍ତା ନଭେମ୍ବର ୫ ତାରିଖରେ ରିଲିଜ ହୋଇଥିଲା । ତେବେ ଫିଲ୍ମକୁ ମାତ୍ର ସପ୍ତାହେ ହୋଇଥିବା ବେଳେ ଏହା ୧୫୦ କୋଟି କ୍ଲବରେ ପ୍ରବେଶ କରିଛି । ତେବେ ବକ୍ସ ଅଫିସ କଲେକ୍ସନ ଦେଖି ନିର୍ଦ୍ଦେଶକ ରୋହିତ ବହୁତ ଖୁସିଥିବା ଦେଖିବାକୁ ମିଳିଛି । ତେବେ ‘ସୂର୍ଯ୍ୟବଂଶୀ’ ହେଉଛି ରୋହିତଙ୍କ ୯ତମ ଫିଲ୍ମ ଯାହାକି ୧୦୦ କୋଟି କ୍ଲବରେ ପ୍ରବେଶ କରିଛି । ଏବେ ଏହା ଦେଖିବାକୁ ପଡ଼ିବ ଯେ ‘ସୂର୍ଯ୍ୟବଂଶୀ’ ୨୦୦ କୋଟି କ୍ଲବରେ ସାମିଲ ହେଉଛି କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.