Below header

ମୂଷାକୁ କାର ଚପାରୁ ବଞ୍ଚାଇଲା କାଉ, ଦେଖନ୍ତୁ ଭାଇରଲ ଭିଡିଓ

ସୋସିଆଲ ମିଡିଆରେ ସବୁଦିନ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କୁ ନେଇ ଭିଡିଓ ଭାଇରଲ ହୋଇଥାଏ। ଆଉ ଏହି ଭିଡିଓ ୟୁଜର୍ସଙ୍କୁ ମଧ୍ୟ ବେଶ୍‌ ପସନ୍ଦ ଆସିଥାଏ। ଏହି ଭିଡିଓରେ ମୂଷାର ଜୀବନ ବଞ୍ଚାଇବା ପାଇଁ କାଉ ନିଜ ଜୀବନକୁ ମଧ୍ୟ ବାଜି ଲଗାଇଦେଇଛି। ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କିପରି ମୂଷାର ଜୀବନ ବଞ୍ଚାଇବା ପାଇଁ କାଉ ଉଦ୍ୟମ କରୁଛି।

ଭିଡିଓ ଦେଖିଲେ ଜାଣିପାରିବେ, ଗୋଟେ ବ୍ୟସ୍ତବହୁଳ ସଡ଼କରେ ଅନେକ ଗାଡି ଯିବା ଆସିବା କରୁଛି। ଆଉ ଏହି ସମୟରେ ମୂଷା ରାସ୍ତା ପାର ହେବାକୁ ଚେଷ୍ଟା କରୁଛି। କିନ୍ତୁ ମୂଷା ଯିବାଆସିବା କରିବା ସମୟରେ ଗାଡି କେତେ ବେଳେ ଆସି ଚଢିଯିବ, ତାହା ତାକୁ ମାଲୁମ ନାହିଁ। କିନ୍ତୁ ଠିକ୍‌ ସମୟରେ କାଉ ମୂଷାର ଲାଞ୍ଜ ଧରି ତାକୁ ପଛକୁ ଟାଣି ବଞ୍ଚାଇବାକୁ ଚେଷ୍ଟା କରୁଛି। କାଉ ବୁଦ୍ଧିମତାର ସହିତ ଯେପରି ମୂଷାର ଜୀବନ ବଞ୍ଚାଉଛି, ତାହା ଦେଖିବାକୁ ମିଳୁଛି।

ଏହି ଭିଡିଓକୁ ଆଇପିଏସ୍‌ ଦୀପାଶୁଂ କାବରା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ କ୍ୟାପସନରେ ସେ ମଜାଦାର ଭାବେ ଲେଖିଛନ୍ତି, ଯିଏ ଭୁଲ୍‌ ବାଟରେ ଯାଉଛି, ତାକୁ ରୋକୁଥିବା ଲୋକ ହିଁ ପ୍ରକୃତ ବନ୍ଧୁ। ୧୨ ସେକେଣ୍ଡର ଏହି ଭିଡିଓ ଖୁବ୍‌ ଜୋରରେ ଭାଇରଲ ହେଉଛି।

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୬ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। ଅନେକ ଲୋକ ଏହାକୁ ଲାଇକ ମଧ୍ୟ କରିଛନ୍ତି। ଭିଡିଓ ଦେଖି ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.