ଚଷମା ଦାଗ ଦୂର କରିବାକୁ ଆପଣାନ୍ତୁ ଏସବୁ ଘରୋଇ ଉପାୟ, ତୁରନ୍ତ ଚମକିବ ତ୍ୱଚା

ଆଖି ଖରାପ ହେଲେ ଚଷମା ପିନ୍ଧିବା ଜରୁରୀ ହୋଇପଡ଼େ। ଯଦି କେହି ଚଷମା ପିନ୍ଧିବାକୁ ନ ଚାହିଁନ୍ତି ତେବେ ସେ ଲେନ୍ସ ବ୍ୟବହାର କରିଥାନ୍ତି। କିନ୍ତୁ ଚଷମା ବା ଲେନ୍ସ ବ୍ୟବହାର ନ କଲେ ଆଖି ସେମିତି ଖରାପ ହୋଇ ଚାଲେ। ତା’ ପରେ ଆଉ ଆଖିକୁ କିଛି ଦିଶିନଥାଏ। ଏବେ କେବଳ ବୟସାଧିକ ନୁହେଁ, ଛୋଟ ପିଲାଙ୍କ ଠାରେ ବି ଦୃୃଷ୍ଟି ଶକ୍ତି ହ୍ରାସ ସମସ୍ୟା ଦେଖାଯାଉଛି। ଫଳରେ କୁନି କୁନି ପିଲାମାନେ ଚଷମା ପିନ୍ଧୁଥିବାର ଦେଖାଯାଉଛି। ତେବେ ଅଧିକ ଦିନ ଧରି ଚଷମା ପିନ୍ଧିଲେ ଆଖି ଚାରିପାଖ କଳା ପଡ଼ିଯାଏ। ଯାହା ଆଦୌ ଭଲ ଦିଶି ନଥାଏ। ଆପଣ ଚାହିଁଲେ କେତେକ ଘରୋଇ ଉପାୟ ଆପଣାଇ ଏହାର ଚିକିତ୍ସା କରିପାରିବେ।

ଚଷମା କଳା ଦାଗ ହଟାଇବା ଉପାୟ:

  • ଯେଉଁ ଜାଗାରେ କଳା ଦାଗ ହୋଇଯାଇଛି ସେଠାରେ ଆଲୋଭେରା ଜେଲ୍‌ ଲଗାଇ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏବେ ଆଙ୍ଗୁଠିରେ ଧୀରେ ଧୀରେ ମସାଜ୍‌ କରି ମୁହଁ ଧୋଇ ଦିଅନ୍ତୁ। ଦେଖିବେ ଧୀରେ ଧୀରେ ଦାଗ ଦୂର ହୋଇଯିବ।
  • ଖରାଦିନେ ପ୍ରଚୁର ପରିମାଣରେ କାକୁଡ଼ି ଖାଆନ୍ତୁ ଓ ଏହାକୁ ଆଖିରେ ବି ଲଗାନ୍ତୁ। ଆପଣ ଚାହିଁଲେ କାକୁଡ଼ିର ପେଷ୍ଟ ବନାଇ ଦାଗ ହୋଇଥିବା ସ୍ଥାନରେ ଲଗାଇପାରିବେ। କାକୁଡ଼ି ତ୍ୱଚାକୁ ଥଣ୍ଡା ରଖିବା ସହ ଦାଗ ଦୂର କରିବାରେ ସହାୟକ ହୋଇଥାଏ।
  • ଲେମ୍ବୁ ରସ ଲଗାଇବା ଦ୍ୱାରା ମଧ୍ୟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଚଷମା ଦାଗ ହୋଇଥିବା ଜାଗାରେ ଲେମ୍ବୁ ରସ ଲଗାନ୍ତୁ କିମ୍ବା ଲେମ୍ବୁ ଘଷନ୍ତୁ। ୧୦ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ। ଲେମ୍ବୁରେ ଥିବା ବ୍ଲିଚିଂ ପ୍ରପର୍ଟିଜ୍‌ ଦାଗ ଦୂର କରିଥାଏ।
  • ଏହା ବ୍ୟତୀତ ଆପଣ ଗୋଲାପ ଜଳ, ମହୁ, ଟମାଟୋ ରସ, ବାଦାମ ତେଲ, କମଳା ଲେମ୍ବୁ ଚୋପା ପାଉଡର, ଆପଲ ସାଇଡର ଭିନେଗାର ଆଦି ଲଗାଇ ମଧ୍ୟ ଚଷମା ଦାଗ ଦୂର କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.