Below header

ମା’ ଦପା ନାୟକାଣିଙ୍କ ମହିମା କହିଲେ ସରିବନି, ମାନସିକ ପୂରଣ ହେଲେ ଏଠାକୁ ଆସି ସମର୍ପଣ କରିଥାନ୍ତି କୁକୁଡ଼ା

ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଇଶ୍ଵରପୁରଠାରେ ବିରାଜ ମାନ କରିଛନ୍ତି ମା ଦପା ନାୟକାଣି । ତିନୋଟି ନଦୀର ସଙ୍ଗମ ସ୍ଥଳ ପାର୍ଶ୍ୱରେ ରହିଛି ମାଙ୍କ ମନ୍ଦିର । ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ମା'ଙ୍କ ପୀଠ ବେଶ ପରିଚିତ ।

ଭଦ୍ରକ (କେନ୍ୟୁଜ୍‌): ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଇଶ୍ଵରପୁରଠାରେ ବିରାଜ ମାନ କରିଛନ୍ତି ମା ଦପା ନାୟକାଣି । ତିନୋଟି ନଦୀର ସଙ୍ଗମ ସ୍ଥଳ ପାର୍ଶ୍ୱରେ ରହିଛି ମାଙ୍କ ମନ୍ଦିର । ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ମା’ଙ୍କ ପୀଠ ବେଶ ପରିଚିତ । ଏହି ପବିତ୍ର ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳର ମାନ୍ୟତା ମଧ୍ୟ ଦେଇଛନ୍ତି । ଏହି ପୀଠକୁ ବର୍ଷ ସାରା ଶ୍ରଦ୍ଧାଳୁ ମାନେ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ମକର ପର୍ବରେ କିନ୍ତୁ ପ୍ରତେକ ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ମହା ଆଡମ୍ବର ସହିତ ଏଠାରେ ୪ ଦିନ ଧରି ମକର ମେଳା ଅନୁଷ୍ଠିତ ହେଉଛି । ତେଣୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି।

ସମସ୍ତେ ମା’ଙ୍କ ପୀଠକୁ ଯାଇ ପାଖରେ ଥିବା ସଙ୍ଗମ ସ୍ଥଳରେ ଗୋଡ଼ ହାତ ଧୋଇ ପବିତ୍ର ମନରେ ମା ଦପା ନାୟକାଣିଙ୍କୁ ଦର୍ଶନ କରୁଛନ୍ତି । ଦୀପ ଲଗାଇ ମା’ଙ୍କ ପାଖରେ କିଏ ନଡ଼ିଆ ପିଟି ଭୋଗ କରି ନିଜ ପରିବାରର ଶୁଭ ମନାସୁଛି ତ କାହାର ମାନସିକ ପୂରଣ ହୋଇଥିବାରୁ ମାଟି ଘୋଡା ମା’ଙ୍କୁ ଦାନ କରୁଛି । ସେହିପରି ଏଠାରେ କୁକୁଡ଼ା ମା’ ଙ୍କୁ ସମର୍ପଣ କରିବାର ରହିଛି ଭିନ୍ନ ଏକ ନିଆରା ପରମ୍ପରା । ଯେଉଁ ଭକ୍ତ ମାନଙ୍କ ମାନସିକ ପୂରଣ ହୋଇଥାଏ ସେମାନେ ମା’ଙ୍କ ପୀଠ କୁ ଆସି କୁକୁଡ଼ା ସମର୍ପଣ କରିଥାନ୍ତି ।

ତେବେ ଏଠାରେ ବଳି ପ୍ରଥା ନାହିଁ କି ଆମିଷ ଭୋଗ ମଧ୍ୟ ନାହିଁ । କେବଳ ସୁଦ୍ଧ ମନରେ ସମର୍ପଣ ଭାବ ରହିଥାଏ । ସେହିପରି ଶ୍ରଦ୍ଧାଳୁ ମାନେ ଏଠାରେ ଗୋବର ଘଷିର ଜାଳେଣିରେ କ୍ଷୀରି କରି ଲୋକଙ୍କୁ ବାଣ୍ଟିଥାନ୍ତି । ଏହି ମେଳା ପାଇଁ ଅସ୍ଥାୟୀ ଦୋକାନ ବଜାର ପଡିବା ସହିତ ଅପେରା ସୋ ମଧ୍ୟ ହେଉଛି । ତେଣୁ ଲୋକ ମାନେ ତାଙ୍କ ପରିବାର ସହିତ ଆସି ମା’ ଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଖାଇ ବେଶ ମଜା ଉଠଉଛନ୍ତି । ତେବେ ମା’ ଙ୍କ ମହିମା ଓ କରୁଣା ଅପାର ଥିବାରୁ ଶ୍ରଦ୍ଧାଳୁଙ୍କ ମନକୁ ବେଶ ମୁଗ୍ଧ କରୁଛି ଏହି ପ୍ରସିଦ୍ଧ ପୀଠ।

kukuda

ସେହିପରି ମେଳାକୁ ଶୃଙ୍ଖଳିତ କରିବା ପାଇଁ ଉଭୟ ପୂଜା କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଧାଡିର ସୁବ୍ୟବସ୍ଥା ହୋଇଛି । ସ୍ବେଛାସେବୀ ମାନେ ମା’ଙ୍କ ପୀଠକୁ ପରିଷ୍କାର ପରିଚ୍ଛନ କରି ରଖିଛନ୍ତି । ଦୀର୍ଘ ୩ଶହ ବର୍ଷରୁ ଅଧିକ ହେବ ମା’ଙ୍କ ଏହି ପୀଠରେ ମକର ମେଳା ଅନୁଷ୍ଠିତ ହୋଇଆସୁଛି । ତେଣୁ ଏହି ମକର ମେଳର ପ୍ରସିଦ୍ଧି ବର୍ଷ କୁ ବର୍ଷ ବଢ଼ିବାରେ ଲାଗିଛି । ଏପରିକି ଏହି ପର୍ବ ଭଦ୍ରକ ଜିଲ୍ଲାର ତିହିଡି ଏବଂ ଧାମନଗର ବ୍ଲକ ଅଞ୍ଚଳର ଥିବା ଲୋକ ଙ୍କ ପାଇଁ ଏକ ସ୍ୱତନ୍ତ ଗଣ ପର୍ବ ହୋଇଛି ।

ଯିଏ ଯେଉଁଠି ଥାଉ ନା କାହିଁକି ନିଶ୍ଚୟ ଏହି ମକର ମେଳା କୁ ନିଜ ପରିବାର ସହିତ ଆସନ୍ତି । ସେହିପରି ରାତିରେ ଲୋକଙ୍କ ମନୋରଞ୍ଜନ ପାଇଁ ଅପେରା ସୋ ମଧ୍ୟ ହେଉଛି । ତେବେ ଚଳିତ ବର୍ଷ ମେଳାକୁ ଅଧିକ ଆକର୍ଷଣ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ପୂଜା କମିଟି ପକ୍ଷରୁ କରାଯାଇଥିବା ଆୟୋଜକ ମାନେ କହିଛନ୍ତି । ବାସ୍ତବିକ କହିବାକୁ ଗଲେ ବର୍ଷ କୁ ବର୍ଷ ଏହି ପୀଠର ମକର ମେଳାର ପ୍ରସିଦ୍ଧି ଯେପରି ବଢିବାରେ ଲାଗିଛି ମା’ଙ୍କ ପ୍ରତି ଭକ୍ତ ମାନଙ୍କ ଭାବର ବେଗ ମଧ୍ୟ ସେହି ମାତ୍ରାରେ ବଢିବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.