ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୁଖ୍ୟାଳୟ ଉପରେ ମିଶାଇଲ୍‌ ଆକ୍ରମଣ କଲା ଇରାନ, ୪ ମୃତ ଓ ୬ ଆହତ

ଇରାନ ଏହି ଆକ୍ରମଣରେ ବାଲିଷ୍ଟିକ୍ ମିସାଇଲ ବ୍ୟବହାର କରିଛି । ଏରବିଲ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ।

ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ । ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟାଳୟକୁ ଟାର୍ଗେଟ କରି ମିସାଇଲ୍ ଆକ୍ରମଣ କରିଛି ଇରାନ । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ ପାଖାପାଖି ୪୦ କିମି ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଆକ୍ରମଣ ନେଇ ଇରାନର ରିବୋଲ୍ୟୁସନାରୀ ଗାର୍ଡ୍ସ (ଆଇଆରଜିସି) ସୂଚନା ଦେଇଛି ।

ଆଇଆରଜିସି କହିଛି ଯେ, ସେମାନେ ସୋମବାର ରାତିରେ ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟକୁ ଟାର୍ଗେଟ କରି ଆକ୍ରମଣ କରିଛନ୍ତି । ଇରାନ ଏହି ଆକ୍ରମଣରେ ବାଲିଷ୍ଟିକ୍ ମିସାଇଲ ବ୍ୟବହାର କରିଛି । ଏରବିଲ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାପଡିଛି ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏରବିଲ ଠାରୁ ୪୦ କିମି ଉତ୍ତର-ପୂର୍ବ ଆମେରିକା ବାଣିଜ୍ୟ ଦୂତାବାସ ଛଡା ଲୋକମାନେ ରହୁଥିବା ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ଶୁଣିବାକୁ ମିଳିଛି ।

ସୂଚନାଯୋଗ୍ୟ, ଡିସେମ୍ବରରେ ଏକ ପୋଲିସ ଷ୍ଟେସନକୁ ଆକ୍ରମଣ କରିବା ଘଟଣାରେ ଅତିକମରେ ୧୧ ଜଣ ଇରାନ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଜୈସ-ଅଲ-ଅଦଲ ନେଇଥିଲା । ଏହି ସଂଗଠନ ୨୦୧୨ରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.