Below header

ଚଢ଼ାଉ ବେଳେ ମାଇନିଂ ଅଫିସରଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ

ଖୋର୍ଦ୍ଧାରେ ପୁଣି ଖଣି ମାଫିଆଙ୍କ ଆତଙ୍କରାଜ୍। ବେଆଇନ ଖଣି ଖନନ ଖବର ପାଇ ରାତିରେ ଚଢ଼ାଉ ପାଇଁ ଯାଇଥିବା ବେଳେ ମାଇନିଂ ଅଫିସରଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଛି। ଅତର୍କିତ ଆକ୍ରମଣରେ ଆହତ ହୋଇଛନ୍ତି ମାଇନିଂ ଅଫିସର ଜଗନ ବେହେରା।

ଖୋର୍ଦ୍ଧା (କେନ୍ୟୁଜ୍‌) : ଖୋର୍ଦ୍ଧାରେ ପୁଣି ଖଣି ମାଫିଆଙ୍କ ଆତଙ୍କରାଜ୍। ବେଆଇନ ଖଣି ଖନନ ଖବର ପାଇ ରାତିରେ ଚଢ଼ାଉ ପାଇଁ ଯାଇଥିବା ବେଳେ ମାଇନିଂ ଅଫିସରଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ ହୋଇଛି। ଅତର୍କିତ ଆକ୍ରମଣରେ ଆହତ ହୋଇଛନ୍ତି ମାଇନିଂ ଅଫିସର ଜଗନ ବେହେରା। ଏବେ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଖୋର୍ଦ୍ଧା ଆଦର୍ଶ ଥାନା ଜକରା ଖଣି ନିକଟରେ ରବିବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ରବିବାର ରାତି ସାଢ଼େ ୧୦ଟା ବେଳେ ବେଆଇନ୍ ଖଣି ଖନନ ଖବର ପାଇଥିଲେ ମାଇନିଂ ଅଫିସର ଜଗନ ବେହେରା । ଆଦର୍ଶ ଥାନା ଜକରାରୁ ଗୁଡୁମ ଯିବା ରାସ୍ତାରେ ଦୁଇ ଜେସିବିରେ ବେଆଇନ୍ ଭାବେ ଖଣି ଖନନ ଚାଲିବା ସହ ଚାରିଟା ହାଇୱା ଗାଡ଼ିରେ ଖଣିଜ ଦ୍ରବ୍ୟ ଚାଲାଣ ହେଉଥିଲା । ରାତି ପ୍ରାୟ ସାଢ଼େ ୧୧ ଟାରେ ଏନେଇ ସେ ଆଦର୍ଶ ଥାନାକୁ ଖବର ଦେଇଥିଲେ । ନିଜେ ଜଣେ ବ୍ୟକ୍ତିଙ୍କ ସହ କାରରେ ଖଣି ଅଞ୍ଚଳକୁ ଯାଇଥିଲେ ଜଗନ ବେହେରା । ଏତିକିବେଳେ ତାଙ୍କୁ ୩୦ରୁ ୪୦ ଜଣ ଯୁବକ ଘେରି ଯାଇ ସଂଘବଦ୍ଧ ଭାବେ ମାଡ଼ ମାରିଥିଲେ । କାର୍ ସହ ମୋଟର ସାଇକେଲ ବି ଭଙ୍ଗାରୁଜା କରିଛନ୍ତି । ଏନେଇ ମାଇନିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଟାଉନ୍ ଥାନାରେ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.