ଧାନ ଖାଇବା ସହ ଆଖୁ କିଆରି ନଷ୍ଟ କଲେ ୨୨ ଟିକିଆ ହାତୀ ପଲ

କଣାସରେ ହାତୀ ଆତଙ୍କ । ପୁରୀ ଜିଲ୍ଲା କଣାସ ବ୍ଲକ ଦୋକନ୍ଦା ପଞ୍ଚାୟତରେ ଉପଦ୍ରବ ଚଳାଇଛନ୍ତି ଚନ୍ଦକା ଜଙ୍ଗଲରୁ ଆସିଥିବା ୨୨ ଟିକିଆ ହାତୀ ପଲ । ଧାନ ଫସଲ ଖାଇବା ସହ ଆଖୁ କିଆରି ନଷ୍ଟ କରୁଛନ୍ତି ।

ପୁରୀ (କେନ୍ୟୁଜ୍‌) : କଣାସରେ ହାତୀ ଆତଙ୍କ । ପୁରୀ ଜିଲ୍ଲା କଣାସ ବ୍ଲକ ଦୋକନ୍ଦା ପଞ୍ଚାୟତରେ ଉପଦ୍ରବ ଚଳାଇଛନ୍ତି ଚନ୍ଦକା ଜଙ୍ଗଲରୁ ଆସିଥିବା ୨୨ ଟିକିଆ ହାତୀ ପଲ । ଧାନ ଫସଲ ଖାଇବା ସହ ଆଖୁ କିଆରି ନଷ୍ଟ କରୁଛନ୍ତି । ପନିପରିବା ଚାଷ ନଷ୍ଟ କରୁଛନ୍ତି ହାତୀ ପଲ । ଦୁଇ ଦିନ ହେଲା ରାତିରେ ଉତ୍ପାତ କରୁଛନ୍ତି । ହାତୀଙ୍କୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି । ସେମାନଙ୍କ ଗତିବିଧି ଉପରେ ରହିଛି ତୀକ୍ଷଣ ନଜର । ରାତିରେ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ସତର୍କ କରାଇଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.