Below header

ଚାଣକ୍ୟ ନୀତି : ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହାଁନ୍ତି କି, ଏହି ଜିନିଷରେ ଟଙ୍କା ଖର୍ଚ୍ଚ କରିବାକୁ ଡରନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । ଚାଣକ୍ୟଙ୍କ ଅନୁସାରେ ଜୀବନରେ ଧନର ସଂଚୟ ବହୁତ ଜରୁରୀ ହୋଇଥାଏ । ହେଲେ କିଛି ସ୍ଥାନ ଏପରି ଥାଏ ଯେଉଁଠି ଟଙ୍କା ଖର୍ଚ୍ଚ କରିବା ପାଇଁ ପଛାଇବା ଆବଶ୍ୟକ ନୁହେଁ । ଯେଉଁଥିପାଇଁ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବନି ରହିଥାଏ ।

ସାମାଜିକ କାର୍ଯ୍ୟ

ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟକୁ ନିଜ ଆମଦାନୀର କିଛି ଭାଗ ଜରୁରୀ ସାମାଜିକ କାର୍ଯ୍ୟ ଯେପରି ବିଦ୍ୟାଳୟ, ଧର୍ମଶାଳା, ହସପିଟାଲ ଆଦି ନିର୍ମାଣ ପାଇଁ ଖର୍ଚ୍ଚ କରିବା ଆବଶ୍ୟକ । ଏପରି ସମାଜର ଭଲ କାର୍ଯ୍ୟରେ ନିଜର ସାମର୍ଥ୍ୟ ଅନୁସାରେ ଦାନ ଦେବା ଦ୍ୱାରା ଲୋକଙ୍କ ଆଶିର୍ବାଦ ମିଳିଥାଏ ଓ ଦେବୀ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ।

ରୋଗୀଙ୍କୁ ସାହାଯ୍ୟ କରନ୍ତୁ

ବ୍ୟକ୍ତି ସର୍ବଦା ନିଜ ପାଇଁ ସୁବିଧା କରିଥାନ୍ତି । ହେଲେ କିଛି ଏପରି କାର୍ଯ୍ୟ ଯେଉଁଠି ଟଙ୍କା ଖର୍ଚ୍ଚ କରିବା ପାଇଁ କେବେ ପଛାନ୍ତୁ ନାହିଁ । କୌଣସି ରୋଗୀ କିମ୍ବା ମଜବୁର ଲୋକଙ୍କ ପାଇଁ ଟଙ୍କା ଖର୍ଚ୍ଚ କରନ୍ତୁ । କୌଣସି ଗରୀବ ଲୋକଙ୍କ ପାଇଁ ନିଜ ଧନରେ ସହାୟତା କରିବାକୁ ଚାହୁଁଛନ୍ତି ତ ବିନା ଦ୍ୱିଧାରେ ସହାୟତା କରନ୍ତୁ । ଚାଣକ୍ୟ ନୀତି ଅନୁସାରେ କାହାର ଜୀବନ ରକ୍ଷା କରିବା ବହୁତ ବଡ଼ ଉପକାର କାମ । ଏଥିରୁ ମିଳୁଥିବା ପୂଣ୍ୟ ଫଳରୁ ମନୁଷ୍ୟ ନିଜ ଜୀବନରେ ଉନ୍ନତି ପଥରେ ଆଗକୁ ବଢ଼ିଥାଏ ।

ଧାର୍ମିକ ସ୍ଥାନରେ ଦାନ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ କୁହନ୍ତି ଯେ ଧାର୍ମିକ କାର୍ଯ୍ୟରେ ଲଗାଯାଇଥିବା ଧନ ବହୁତ ପୂଣ୍ୟଦାୟୀ ହୋଇଥାଏ । ଏଥିପାଇଁ ଆପଣ ମନ୍ଦିର ଭଳି କିଛି ଧାର୍ମିକ ସ୍ଥଳରେ ନିର୍ମାଣ କାର୍ଯ୍ୟରେ ଅର୍ଥ ଲଗାଇ ପାରିବେ । ଏପରି କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିବା ପାଇଁ ଆପଣ ଟିକେ ବି ସଂକୋଚ କରନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ସକରାତ୍ମକତା ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.