Below header

ପଞ୍ଚାୟତ ଅଫିସରେ ତାଲା ପକାଇଲେ ସମିତି ସଭ୍ୟ, ପର ଦିନ ଖୋଲିଲେ ସରପଞ୍ଚ

ରେଢ଼ାଖୋଲ (କେନ୍ୟୁଜ): ପଞ୍ଚାୟତରେ ନିଜ ନିଜ ସମର୍ଥକଙ୍କୁ ନେଇ ସମିତି ସଭ୍ୟ ତାଲା ପକାଇଥିବା ବେଳେଗୋଟିଏ ଦିନ ବ୍ୟବଧାନ ପରେ ସରପଞ୍ଚ ମଧ୍ୟ ନିଜ ସମର୍ଥକ ଗହଣରେ ତାଲା ଭାଙ୍ଗି କାର୍ଯ୍ୟାଳୟକୁ ପ୍ରବେଶ କଲେ। ରେଢ଼ାଖୋଲ ବ୍ଲକ, ବୁର୍ଡା ପଞ୍ଚାୟତର ସରପଞ୍ଚ ରାଜା ପାଲଙ୍କ ବିରୁଦ୍ଧରେ ମନମୁଖୀ କାର୍ଯ୍ୟ ଲୋକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବାର ଅଭିଯୋଗ ନେଇ ସମିତି ସଭ୍ୟ ସଞ୍ଜୟ ବେହେରା କାର୍ଯ୍ୟାଳୟରେ ତାଲା ପକାଇଲେ।

ଠିକ୍ ସେହିପରି ଆରଦିନ ସରପଞ୍ଚ ନିଜର ୯ ଜଣ ଓ୍ବାଡ ମେମ୍ବର, ଶତାଧିକ ସମର୍ଥକଙ୍କ ସହ ଯାଇ ତାଲା ଭାଙ୍ଗି କାର୍ଯ୍ୟାଳୟ କୁ ପ୍ରବେଶ କଲେ , ସରପଞ୍ଚ ରାଜା ପାଲ ଅଭିଯୋଗ ଭିତ୍ତିହୀନ, ମୁଁ କାହାରି କୁ ଖରାପ ବ୍ୟବହାର କରେନି , କିଛି ମନ୍ଦ ଉଦ୍ଦେଶ୍ୟରେ ହିଁ ଏସବୁ କରିଛନ୍ତି, ମୋ ପଞ୍ଚାୟତ ର ବିକାଶ ରେ ମୁଁ ସବୁବେଳେ ଲାଗି ରହିଛି , ତାଲା ପକାଇବା ଏକ ବେଆଇନ୍ କାର୍ଯ୍ୟ ବୋଲି ସରପଞ୍ଚ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.