ସାମାନ୍ୟ ବଚସାରୁ ଉଗ୍ରରୂପ ; ପୁଅର କୁରାଢ଼ୀ ଚୋଟରେ ବାପାର ମୃତ୍ୟୁ

କରଞ୍ଜିଆ (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି। ପୁଅର କୁରାଢ଼ୀ ଚୋଟରେ ବାପା ମୃତ୍ୟୁ। ସାମାନ୍ୟ ମାଛ ଧରିବାକୁ ପୁଅ ନ ଯିବାରୁ ଏକ କୁରାଢ଼ୀ ଚୋଟର ପୁଅକୁ ଆକ୍ରମଣ କରିଥିଲା ବାପା। ବାପା ପୁଅକୁ ଆକ୍ରମଣ କରୁଥିବା ଦେଖି ବୋହୂ ମଧ୍ୟ ଛଡାଇବାକୁ ଯାଇ ଆହତ ହଇଥିବା ବେଳେ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ସେହିପରି ପୁଅ ମଧ୍ୟ ପାଲଟା ଆକ୍ରମଣ କରି ବାପା ଲୁଚନ ମୁଣ୍ଡାକୁ ଜୀଵନରେ ମାରି ଦେଇଛି ପୁଅ । ପୁଅ ମଙ୍ଗଲ ଏବଂ ବୋହୂ ଜ୍ୟୋତି ଆହତ ଅବସ୍ଥାରେ ଏବେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ଏପରି ନିର୍ମମ ହତ୍ୟା କାଣ୍ଡ ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ବାଙ୍କିସାହିରେ । ଏପରି ଘଟଣା ପ୍ରଚାରିତ ହବା ପରେ କରଂଜିଆ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ, କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମଦ୍ଵାରା ତଦନ୍ତ କରିବ କରଞ୍ଜିଆ ପୋଲିସ । ଅନ୍ୟପଟେ ଆହତ ହଇଥିବା ପୁଅ ମଙ୍ଗଲ ଏବଂ ବୋହୂ ଜ୍ୟୋତିକୁ ପୋଲିସ ହେପାଯତକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.