Below header

କାହିଁ ଆପଣ ବି ଭଗବାନଙ୍କୁ ଏହି ଜିନିଷ ଅର୍ପଣ କରୁନାହାଁନ୍ତି ତ ! ଭୋଗିବାକୁ ପଡିପାରେ ଭଗବାନଙ୍କ କ୍ରୋଧ

ହିନ୍ଦୁ ଧର୍ମରେ ପୂଜା ପାଠ ଅବସରରେ ଦେବତାଙ୍କୁ ଚାଉଳ ଅର୍ପଣ କରିବାର ବିଧି ଅତି ପ୍ରାଚିନ । ଯେବେ ପୂଜା ସମୟରେ କିଛି ପୂଜା ସାମଗ୍ରୀ କମ ରହିଯାଏ,ସେତେବେଳେ ସେହି ସାମଗ୍ରୀ ବଦଳରେ ଚାଉଳ ଦିଆଯାଇଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ ଚାଉଳକୁ ଅକ୍ଷତ କୁହାଯାଏ । ଅକ୍ଷତର ଅର୍ଥ ଯାହା ଭାଙ୍ଗି ନ ଥାଏ । ଯଦି ଚାଉଳ ଖଣ୍ଡିତ ହୋଇଯାଏ,ତେବେ ଏହାକୁ ଠାକ୍‌ୁରଙ୍କୁ ଅର୍ପଣ କରାଯାଏ ନାହିଁ । ଅକ୍ଷତକୁ ପୂର୍ଣ୍ଣତାର ପ୍ରତୀକ ମନାଯାଇଥାଏ । ତେଣୁ ଏହାକୁ ଖଣ୍ଡିତ ଥିଲେ ଭଗବାନଙ୍କୁ ଅର୍ପଣ କରନ୍ତୁ ନାହିଁ ।

ଦେବତାଙ୍କ ପ୍ରିୟ ଚାଉଳ

ହିନ୍ଦୁ ଧର୍ମ ଗ୍ରନ୍ଥରେ ଚାଉଳକୁ ଦେବତାଙ୍କ ପ୍ରିୟ ଅନ୍ନ କୁହାଯାଏ । ଏହାକୁ ଦେବାନ୍ନ ବୋଲି ମଧ୍ୟ କୁହାଯାଏ । ଏହାକୁ ସବୁଠୁ ପବିତ୍ର ଓ ଶ୍ରେଷ୍ଠ ଅନ୍ନ ମନାଯାଏ । ଏହାର ରଂଜ ଧଳା ହୋଇଥାଏ । ଧଳା ରଂଗ ଶାନ୍ତିର ପ୍ରତୀକ ହୋଇଥାଏ । ଏହାକୁ ଦେବତାଙ୍କୁ ଚଢ଼ାଇବା ବେଳେ କଳ୍ପନା କରାଯାଇଥାଏ ଯେ ମୋର ସବୁ କାର୍ଯ୍ୟ ସଫଳ ହେଉ ।

ଖଣ୍ଡିତ ଚାଉଳ ଚଢ଼ାଇବା ଦ୍ୱାରା ଦେବତା ହୋଇଥାନ୍ତି ନାରାଜ : ଧାର୍ମିକ ମାନ୍ୟତା ଅନୁସାରେ ଖଣ୍ଡିତ ଚାଉଳ ବା ଭଙ୍ଗା ଚାଉଳ ଭଗବାନଙ୍କୁ ଚଢ଼ାଇବା ଦ୍ୱାରା ଭଗବାନ ରୁଷ୍ଟ ହୋଇଥାନ୍ତି । କୁହାଯାଏ ଶିବ ଲିଙ୍ଗ ଉପରେ ଚାଉଳ ଚଢ଼ାଇବା ଦ୍ୱାରା ଶିବ ଅତି ପ୍ରସନ୍ନ ହୋଇଥାନ୍ତି । ଭକ୍ତଙ୍କ ଅଖଣ୍ଡିତ ଚାଉଳ ଭଳି ତାଙ୍କୁ ଧନ,ମାନ,ସମ୍ମାନ ଓ ଅର୍ଥ ପ୍ରଦାନ କରିଥାନ୍ତି ।

ସଭି ଦେବତାଙ୍କୁ ଚଢ଼ା ଯାଇଥାଏ ଅକ୍ଷତ :

ଅକ୍ଷତ ସବୁ ଦେବତାଙ୍କୁ ଚଢ଼ାଯାଇଥାଏ । ଏହାକୁ ଚଢ଼ାଇବା ପଛରେ ମାନ୍ୟତା ଯେ ଭଗବାନ ଆମର ସବୁ କାମ ଅଖଣ୍ଡିତ ଚାଉଳ ଭଳି ବା ଅଖଣ୍ଡ ରୁପରେ ବା ବିନା ବାଧାରେ ପୁରା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.