Below header

ଚୈତ୍ର ପୂର୍ଣ୍ଣିମାରେ କରନ୍ତୁ ଏହି ଖାସ୍‌ ଉପାୟ: ମା’ ଲକ୍ଷ୍ମୀ ଅଜାଡିବେ ଧନ, ସୁଧୁରିବ ଆର୍ଥିକ ସମସ୍ୟା

ହିନ୍ଦୁ କ୍ୟାଲେଣ୍ଡର ଶେଷ ମାସ ଚୈତ୍ର ମାସ। ହିନ୍ଦୁ ଧର୍ମ ଶାସ୍ତ୍ର ଚୈତ୍ର ମାସ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ହିନ୍ଦୁ କ୍ୟାଲେଣ୍ଡର ମୁତାବକ, ଚୈତ୍ର ମାସରେ ପଡୁଥିବା ପୂର୍ଣ୍ଣିମା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ବର୍ଷର ପ୍ରଥମ ପୂର୍ଣ୍ଣିମା ହୋଇଥାଏ। ୧୬ ଏପ୍ରିଲରେ ଚୈତ୍ର ପୂର୍ଣ୍ଣିମା ପଡୁଛି। ମାନ୍ୟତା ଅନୁସାରେ, ଚୈତ୍ର ପୂର୍ଣ୍ଣିମା ଦିନ କିଛି ଖାସ୍‌ ଉପାୟ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ। ଜୀବନରେ ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ। ଏମିତିରେ ପୂର୍ଣ୍ଣିମା ଦିନ ଆପଣ ଏହିସବୁ ଉପାୟ କରିପାରିବେ।

ଚୈତ୍ର ପୂର୍ଣ୍ଣିମା ଦିନ କ’ଣ କରିବା ଶୁଭ :

– ପୂର୍ଣ୍ଣିମା ଦିନ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ୧୧ଟି କଉଡି ଅର୍ପଣ କରନ୍ତୁ। ଏହା ସହିତ ହଳଦୀ ଏବଂ ତିଳକ ଲଗାନ୍ତୁ। କେବଳ ଏତିକି ନୁହେଁ ଏହାର ପରଦିନ ସେହି କଉଡିକୁ ନେଇ ଏକ ନାଲି କପଡାରେ ବାନ୍ଧି ଧନ ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଧନ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

– ଚୈତ୍ର ପୂର୍ଣ୍ଣିମା ଦିନ ଜହ୍ନ ଉଇଁବା ବେଳେ କଞ୍ଚାକ୍ଷୀରରେ ଚାଉଳ ମିଶାଇ ‘ଓଁ ସନ୍ସ୍ଯୀ ସୋଂ ସଃ ଚନ୍ଦ୍ରମାସେ ନମଃ କିମ୍ବା ଓଁ ଏ କ୍ଲିଂ ସୋମାୟ ନମଃ ମନ୍ତ୍ର ଜାପ କରି ଚନ୍ଦ୍ରମା ଅର୍ଘ୍ୟ ଦିଅନ୍ତୁ। ଏମିତି କରିବା ଦ୍ୱାରା ଧିରେ ଧିରେ ଆର୍ଥିକ ସମସ୍ୟା ଶେଷ ହୋଇଯିବ।

laxmi and money
Photo credit: Newskari

– ଶାସ୍ତ୍ର ମୁତାବକ, ପୂର୍ଣ୍ଣିମା ଦିନ ବରଗଛକୁ ମା’ ଲକ୍ଷ୍ମୀ ଆଗମନ କରନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ପୂର୍ଣ୍ଣମା ଦିନ ସକାଳ ଗାଧୋଇବା ପରେ କିଛି ମିଠା ଦେଇ ଜଳ ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ହୋଇଥାଏ।

– ବୈବାହିକ ଜୀବନରେ ଖୁସି ପାଇଁ ପୂର୍ଣ୍ଣିମା ଦିନଟି ଖାସ୍‌ ରହିଥାଏ। ମାନ୍ୟତା ଅନୁସାରେ ପତି ପତ୍ନୀଙ୍କ ସହିତ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଅର୍ପଣ କଲେ ବୈବହାକ ଜୀବନରେ ମଧୁରତା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.