Below header

ରିଟାୟରମେଣ୍ଟ ପରେ କାହିଁକି ବିଷ ଦେଇ ମାରି ଦିଆଯାଏ ଆର୍ମି କୁକୁରଙ୍କୁ ? ଏମିତି କି କାମ କରନ୍ତି ଏମାନେ

ମଣିଷଙ୍କ ଭଳି କୁକୁର ମଧ୍ୟ ଦେଶର ସୁରକ୍ଷାରେ ନିଜର ଯୋଗଦାନ ଦେଇଥାଏ। ଆଜି ଆମେ ଆପଣଙ୍କୁ ଆର୍ମି କୁକୁରଙ୍କ ବିଷୟରେ କହିବୁ। ଆର୍ମି କୁକୁର ଯବାନମାନଙ୍କ ଭଳି ଦେଶର ସେବା କରିଥାନ୍ତି। କେବଳ ଫରକ ଏତିକି ଯେ ଏମାନଙ୍କର ସେ ପର୍ଯ୍ୟନ୍ତ ବଞ୍ଚିବାର ଅଧିକାର ଥାଏ, ଯେ ପର୍ଯ୍ୟନ୍ତ ଏମାନେ କାମ କରିପାରି ଥାଆନ୍ତି।

dog2

ଯେବେ ଅବସର ଗ୍ରହଣର ସମୟ ଆସିଯାଏ, ଏମାନଙ୍କୁ ବିଷ ଦେଇ ମାରି ଦିଆଯାଇଥାଏ। ଆସନ୍ତୁ ଜାଣିବା କ’ଣ ପାଇଁ ଏମାନଙ୍କୁ ରିଟାୟରମେଣ୍ଟ ପରେ ମାରିଦିଆଯାଏ। ଯେତେବେଳେ କୌଣସି ଆର୍ମି କୁକୁର ୧ ମାସ ଧରି ରୋଗାଗ୍ରସ୍ତ ଥିବ ଏବଂ ନିଜ ଡ୍ୟୁଟି ଠିକ ଭାବେ ନିଭାଇପାରୁ ନ ଥିବ, ସେତେବେଳେ ତାକୁ ବିଷ ଦେଇ ମାରି ଦିଆଯାଏ।

dog3

ଏଠାରେ କୁକୁରଙ୍କୁ ଟ୍ରେନିଂ ଦିଆଯାଇଥାଏ। ଟ୍ରେନିଂ ପାଇଁ ଭର୍ତ୍ତି ହେବା ପୂର୍ବରୁ ଏହି କୁକୁରମାନଙ୍କର ଦାମ ୨୦-୩୫ ହଜାର ଟଙ୍କା ରହିଥାଏ। କିନ୍ତୁ ଯେତେବେଳେ ଏମାନେ ପ୍ରସ୍ତୁତ ହୋଇ ବାହାରନ୍ତି, ତ ଏମାନଙ୍କ ଦାମ ବଢିଯାଇ ୨-୩ ଲକ୍ଷ ଟଙ୍କା ହୋଇଯାଏ। ଏହି କୁକୁରମାନଙ୍କୁ ଆର୍ମିରେ ଭର୍ତ୍ତି କରାଯାଇଥାଏ। ଯେତେବେଳେ ଏମାନେ କାମ କରିବା ପାଇଁ ଅସମର୍ଥ ତଥା ଅଲୋଡ଼ା ହୋଇଯାଆନ୍ତି, ଏମାନଙ୍କୁ ମାରି ଦିଆଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.