କାଲି ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଆଜି ବାନ୍ଧିଲା ପୋଲିସ, କିନ୍ତୁ ଉଭୟ କରୋନା ପଜିଟିଭ୍

କେନ୍ୟୁଜ୍(ବ୍ୟୁରୋ):  ନୟାଗଡ଼ରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ସବୁଠି ନିନ୍ଦା । ଜଣେ ସାମ୍ବାଦିକଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ରିପୋର୍ଟିଂ କରିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ନୟାଗଡ଼ ସଦର ଥାନାରେ ମାମଲା ରୁଜୁ ହୋଇଛି । ଆକ୍ରମଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଅଭିଯୁକ୍ତ ଦୀପକ ଦଳବେହେରା, ବାଦଲ ରାଉତକୁ ଗିରଫ କରିଛି ପୋଲିସ । ଗିରଫ ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଜଣେ ଅଭିଯୁକ୍ତ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତାଙ୍କୁ ସ୍ୱତନ୍ତ୍ର ସେଲରେ ରଖାଯିବ । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ବିଭିନ୍ନ ରାଜନେତା, ବୁଦ୍ଧିଜୀବୀ, ସ୍ଥାନୀୟ ଲୋକ ଓ ସଂଗଠନ ଘୋର ନିନ୍ଦା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.