Below header

ମୃତ୍ୟୁ ହେବାର ୩୬ ଘଣ୍ଟା ପୂର୍ବରୁ ନିଜ ମୃତ୍ୟୁ ଖବର ପୋଷ୍ଟ କରିଥିଲେ ଡାକ୍ତର

ଏହା ହୁଏତ ହୋଇପାରେ ମୋର ଶେଷ ଗୁଡ ମଣ୍ଣିଂ… କାହିଁକିନା ମୁଁ ଏହି ପ୍ଲାଟଫର୍ମରେ ହୁଏତ ଆପଣମାନଙ୍କୁ ଆଉ ଭେଟି ନପାରେ…ଆପଣମାନେ ସମସ୍ତେ ନିଜ ନିଜର ଯତ୍ନ ନେଉଥିବେ… ଶରୀରର ମୃତ୍ୟୁ ହୁଏ, କିନ୍ତୁ ଆତ୍ମା ସେମିତି ଥାଏ…ଏହା ଅମର….

Captureଫେସବୁକରେ ଏହି ପୋଷ୍ଟ କରିବାର ମାତ୍ର କିଛି ଘଣ୍ଟା ପରେ ଦୁନିଆକୁ ଅଲବିଦା କହିଦେଲେ ମନିଷା। ସତରେ ଦର୍ଶକବନ୍ଧୁ ଜୀବନ ହେଉଛି କ୍ଷୀଣସ୍ଥାୟୀ, ଅନିଶ୍ଚିତ। ଚାହୁଁ ଚାହୁଁ ଏଠି ମୃତ୍ୟୁର ଶେଯରେ ଶୋଇ ଯାଏ ମଣିଷ। ମୃତ୍ୟୁ, ଏହା ଏମିତି ଏକ ଶବ୍ଦ ଯାହା କେତେବେଳେ କାହା ଜୀବନରେ କେଉଁ ମୁହୂର୍ତ୍ତରେ ଆସେ ତାହା କେବଳ ସେ ହିଁ ଜାଣିଥାଏ। ଜୀବନରେ ସବୁ କିଛି ଥାଏ, ବାପା-ମାଆ, ଭାଇ-ଭଉଣୀ,ସ୍ୱାମୀ, ଛୁଆ ପୂରା ପରିବାର ଥାଏ, ଧନ ସମ୍ପତ୍ତି ସବୁ ଥାଏ, କିନ୍ତୁ ଏହିସବୁ ଠାରୁ ଅଲଗା କରି କେତେବେଳେ ଯେ ମରଣ ତା କୋଳରେ ଶୁଆଇଦିଏ ତାହା କେହି ଜାଣନ୍ତିନି। କିନ୍ତୁ ବୋଧହୁଏ ମନିଷା ତାଙ୍କ ମୃତ୍ୟୁ ଖବର ମରିବାର ପୂର୍ବରୁ ପାଇଯାଇଥିଲେ। ସେଥିପାଇଁ ମୃତ୍ୟୁ ଡାକିବା ପୂର୍ବରୁ ହିଁ ସେ ତାଙ୍କ ଶେଷ ସମୟର ସୂଚନା ଦେଇଥିଲେ।

manisaକଣ ନଥିଲା ୟାଙ୍କ ଜୀବନରେ, ସୌନ୍ଦଯ୍ୟର୍ ଥିଲା, ସ୍ୱାମୀ ଥିଲେ ଏକ ସୁନ୍ଦର ସଂସାରଟେ ଥିଲା। ନିଜକୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରିବାକୁ ୟାଙ୍କ ପାଖରେ ସବୁକିଛି ଥିଲା। କିନ୍ତୁ ହଠାତ୍‌ ଦିନେ ତାଙ୍କୁ ଏମିତି ଲାଗିଲା, ଯେମିତି ଜୀବନ ଆଉ ତାଙ୍କ ପାଖରେ ନାହିଁ। ସରିଆସିଲାଣି ତାଙ୍କ ଜୀବନର ସଞ୍ଚିତ ସମୟ। ଏହା ମନକୁ ଆସିବା ପରେ ସକାଳୁ ସକାଳୁ ସେ ଫେସବୁକରେ ଏକ ପୋଷ୍ଟ କଲେ। ଯେଉଁ ପୋଷ୍ଟରେ ସେ ନିଜ ମୃତ୍ୟୁ ସମ୍ପର୍କରେ ସିଧାସଳଖ ସୂଚନା ଦେଇ କହିଥିଲେ, ‘ଏହା ହୁଏତ ହୋଇପାରେ ମୋର ଶେଷ ଗୁଡ ମର୍ଣ୍ଣିଂ ଓ୍ଵିସ୍‌। ମୁଁ ହୁଏତ ଆଉ ଆପଣଙ୍କୁ ଏଠାରେ ଭେଟି ନପାରେ।’

manisaଇଏ ହେଉଛନ୍ତି ମୁମ୍ବାଇର ଡାକ୍ତର ତଥା ଟିବି ସ୍ପେଶାଲିଷ୍ଟ ମନିଷା ଯାଦବ। ମହାରାଷ୍ଟ୍ରର ସେଓ୍ଵରୀ ଟିବି ହସପିଟାଲର ସେ ଥିଲେ ଚିଫ୍‌ ମେଡିକାଲ ଅଫିସର। ଶୁକ୍ରବାର ସକାଳେ ସେ ନିଜ ଫେସବୁକ ପୋଷ୍ଟରେ ଲେଖିଥିଲେ ଏହି ମର୍ମସ୍ପର୍ଶୀ କଥା। ଦୁଃଖର କଥା ହେଉଛି ଏହି ଫେସବୁକ ପୋଷ୍ଟର ମାତ୍ର ୩୬ ଘଣ୍ଟା ପରେ ତାଙ୍କର କରୋନାରେ ମୃତ୍ୟୁ ଘଟିଗଲା। ମଣିଷ ବେଳେବେଳେ ନିଜ ଭବିଷ୍ୟତ ବିଷୟରେ ଅନୁମାନ କରିପାରେ। ସେଥିପାଇଁ ବୋଧହୁଏ ଡାକ୍ତର ମନିଷା ନିଜ ମୃତ୍ୟ ସମ୍ପର୍କରେ ଆଗୁଆ ଜାଣିପାରିଥିଲେ। ଜାଣି ଯାଇଥିଲେ ଯେ ସେ ହୁଏତ ଆଉ ବଞ୍ଚିବେନି। ତାଙ୍କୁ ହୁଏତ ଅନୁଭବ ହୋଇସାରିଥିଲା ଯେ କରୋନା ତାଙ୍କୁ ତାର ପଞ୍ଝାକୁ ନେଇସାରିଲାଣି। ସେ ବୋଧହୁଏ ନିଜ ଭିତରେ ସଂକ୍ରମଣ ସ୍ତରକୁ ବହୁତ ପୂର୍ବରୁ ଅନୁମାନ କରିସାରିଥିଲେ।

ଥରେ ଭାବନ୍ତୁ ନିଜକୁ ସେ କେତେ ଅସହାୟ ମନେ କରିଥିବେ ଯେତେବେଳେ ସେ ଜାଣିପାରିଥିବେ ଯେ ତାଙ୍କୁ ଏ ଦୁନିଆ, ଘର ସଂସାର, ସ୍ୱାମୀ, ବାପା-ମାଆ ସମସ୍ତଙ୍କୁ ଛାଡି ବିଦାୟ ନେବାକୁ ପଡିବ ଅଧା ବାଟରେ। ମନିଷା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଥିଲେ। ନିଜର ଦୈନ୍ୟନ୍ଦିନ ଜୀବନର ଖାସ୍‌ ମୁହୂର୍ତ୍ତକୁ ସେ ସୋସିଆଲ ମିଡିଆରେ ସମସ୍ତଙ୍କ ସହ ସେୟାର କରୁଥିଲେ। ଯେମିତିକି ଏହି ପୋଷ୍ଟକୁ ଦେଖନ୍ତୁ। ମନିଷାଙ୍କ ବିଷୟରେ ୪ଟି ସଠିକ କଥା। ତାଙ୍କ ହୃଦୟରେ ଥିଲା ଏକ ଛୋଟ ଛୁଆ, ଅସମ୍ଭବକୁ ସେ ସମ୍ଭବ କରିପାରନ୍ତି, ନୂଆ ମଣିଷ ମାନଙ୍କୁ ଭେଟିବାକୁ ସେ ଭଲ ପାଆନ୍ତି ଏବଂ ସମସ୍ତଙ୍କୁ ସମ୍ମାନ ଦିଅନ୍ତି। ତେବେ ଅନ୍ୟ ଏକ ପୋଷ୍ଟରେ ମନିଷା ସେୟାର କରିଛନ୍ତି ଯେ ବହୁତ ଖରାପ ପରିସ୍ଥିତିରେ ବି ମନିଷା ହସି ପାରନ୍ତି, ଏହି ଗୁଣ ହିଁ ମନିଷାଙ୍କୁ ସମସ୍ତଙ୍କ ଠାରୁ କରିଥାଏ ସ୍ୱତନ୍ତ୍ର। କିନ୍ତୁ ବୋଧହୁଏ ମନିଷା ଆଉ ହସନ୍ତୁ ଏହା ଚାହୁଁନଥିଲା ସମୟ। ତେଣୁ ଆଉ ଖୁସି ହେବାକୁ ହସିବାକୁ ସମୟ ତାଙ୍କୁ ଦେଲାନି ସୁଯୋଗ। ଅଧାବାଟରେ ତାଙ୍କୁ ବାଟବଣା କରିନେଲା ମୃତ୍ୟୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.