ଭୁବନେଶ୍ବର ଉପକଣ୍ଠରୁ ୫ଟି ଭାଲୁ ଛୁଅ ଉଦ୍ଧାର, ବିକ୍ରି ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ନେଉଥିବା ଅନୁମାନ କରାଯାଉଛି

ଖୋର୍ଦ୍ଧା(କେନ୍ୟୁଜ୍):  ଭୁବନେଶ୍ବର ଉପକଣ୍ଠରୁ ଭାଲୁ ଛୁଅ  ଉଦ୍ଧାର। ଖୋର୍ଦ୍ଧା-ପିତାପଲ୍ଲୀ ଚନ୍ଦକା ରାସ୍ତାରେ ୫ଟି ଭାଲୁଛୁଆ ଉଦ୍ଧାର କରାଯାଇଛି।  ଚନ୍ଦକା ବନ ବିଭାଗ ଓ ମେଣ୍ଢାଶାଳ ଫାଣ୍ଡି ପୋଲିସ ଏହି  ଭାଲୁଛୁଆଙ୍କୁ ଉଦ୍ଧାର କରିଛି। କେହି ଦୁର୍ବୃତ୍ତ ଛୁଆ ଗୁଡିକୁ ଜନ୍ତାରେ ରଖି ବିକ୍ରି ଉଦ୍ଦେଶ୍ୟରେ  ଆଣୁଥିବା ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳୁଛି।

bear baby

କରୋନା ନେଇ ଚେକିଂ ଚାଲୁଥିବା ଭୟରେ ଦୁର୍ବୃତ୍ତମାନେ ଭୁଲୁଛୁଆକୁ  ସେଠାରେ ଛାଡି ଚାଲିଯାଇଥିବା ଅନୁମାନ କରାଯାଇଛି। ବନବିଭାଗ ଭାଲୁଛୁଆ ଗୁଡ଼ିକୁ ଅତି ଯତ୍ନ ସହକାରେ ହଳଦିଆ ରେଞ୍ଜରୁ ଓୟୂଏଟିକୁ  ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ନେଇ ପରେ ନନ୍ଦନକାନନ ନେଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.