Below header

କୁକୁର ପିଆଇଲା ମେଣ୍ଢା ଛୁଆକୁ କ୍ଷୀର, ଦେଖନ୍ତୁ ଏ ସୁନ୍ଦର ଦୃଶ୍ୟ

ମମତା… ଏହା ଏମିତି ଏକ ଶବ୍ଦ, ଯାହାର କୌଣସି ତୁଳନା ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ସୁନ୍ଦର ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣଙ୍କ ମନ ଏକଦମ୍‌ ଖୁସି ହୋଇଯିବ। ଆଉ ଦୃଶ୍ୟ ଦେଖି ଆପଣ ବି ଅନୁଭବ କରିପାରିବେ ଯେ, ସାରା ଦୁନିଆକୁ କେବଳ ଏହି ସ୍ନେହ, ପ୍ରେମ-ମମତାର ହିଁ ଆବଶ୍ୟକତା ରହିଛି।

ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଏକ ଡଗୀ ନିଜ ମୁହଁରେ ଫିଡିଙ୍ଗ୍‌ ବୋତଲ ରଖି ଏକ ମେଣ୍ଢା ଛୁଆକୁ ବହୁତ ସୁନ୍ଦର ଭାବରେ କ୍ଷୀର ପିଆଉଛି। ମେଣ୍ଢା ଛୁଆଟି ବଡ ଆରାମରେ କୁକୁର ଠାରୁ କ୍ଷୀର ପିଉଛି। ଉଭୟଙ୍କୁ ଦେଖି ଏମିତି ଅନୁଭବ ହେଉଛି ଯେପରି ଏହି ଦୁଇ ଜୀବଙ୍କ ସମ୍ପର୍କ ବହୁତ ନିବିଡ।

ବାସ୍ତବରେ ଏହି ଭିଡିଓଟି ଆମକୁ ଅନେକ କଥା ଶିକ୍ଷା ଦେଉଛି। ଏହି ସ୍ୱାର୍ଥପର ଦୁନିଆରେ ଲୋକମାନେ ଜଣେ ଜଣଙ୍କୁ ଅସୁବିଧାରେ ଦେଖି ମୁହଁ ବୁଲାଇ ଚାଲିଯାଉଛନ୍ତି। କିନ୍ତୁ ଏମାନେ କଥା କହିନପାରିଲେ ବି ନିଜ କାମ ମାଧ୍ୟମରେ ଆମମାନଙ୍କୁ ଅନେକ କଥା ଶିକ୍ଷା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.